ଶିଶୁ ଶ୍ରମିକକୁ ଉଦ୍ଧାର କଲା ରୁଚିକା ଚାଇଲ୍ଡ ଲାଇନ୍

ଭୁବନେଶ୍ୱର : ହୋଟେଲରୁ ଜଣେ ୧୧ ବର୍ଷର ଶିଶୁ ଶ୍ରମିକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ସହଯୋଗରେ ଉଦ୍ଧାର କରିଛି ରୁଚିକା ଚାଇଲ୍ଡ ଲାଇନ ଟିମ୍ । ପରେ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଯାଇଥିଲା । ଶିଶୁ କଲ୍ୟାଣ ସମିତିର ନିଦେ୍ର୍ଦଶ କ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟଯେ, ଉଦ୍ଧାର ଶିଶୁଟିର ଘର ହେଉଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । କିନ୍ତୁ ଗତ କିଛିମାସ ହେବ ଶିଶୁର ପରିବାର ଶୈଳଶ୍ରୀବିହାର ଅଞ୍ଚଳର ଏକ ବସ୍ତିରେ ରହିଆସୁଥିଲେ । କିଛିଦିନ ପୂର୍ବରୁ ଶିଶୁଟିର ବାପା ସମସ୍ତଙ୍କୁ ଛାଡି କୁଆଡେ ଚାଲିଯାଇଥିଲା । ଫଳରେ ପିଲାଟି ସେହି ଅଞ୍ଚଳର ଏକ ହାଲୋ ଷ୍ଟେ ନାମକ ହୋଟେଲରେ ପ୍ରାୟ ୩ ମାସ ହେବ କାମ କରିଆସୁଅଛି । ହୋଟେଲର ମ୍ୟାନେଜର ଦିପୁ ସାମନ୍ତ ପିଲାଟିକୁ ହୋଟେଲରେ ଝାଡୁ ପୋଛା, ପରିବା କଟା, ପାଣି ଦେବା ଇତ୍ୟାଦି କାମରେ ନିୟୋଜିତ କରି ତାକୁ ଶୋଷଣ କରୁଥିଲେ । ଏପଟେ ପିଲାଟିର ମାସିକ ମଜୁରୀ ବାବଦକୁ ପଇସା ତାର ଜେଜେ ମା’ ନେଇଯାଏ ବୋଲି ପିଲାଟି କହିଛି । ଏହା ଏକ ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯ୍ୟାତନା ଘଟଣା । ପିଲାଟିକୁ ଉଦ୍ଧାର କରି ରୁଚିକାର କର୍ମକର୍ତ୍ତା ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଅତିରିକ୍ତ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଇଥିଲେ । ପରେ ଶିଶୁ କଲ୍ୟାଣ ସମିତିର ନିଦେ୍ର୍ଦଶକ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଘଟଣା ସମ୍ପର୍କରେ ଏକ ଏତଲା ଦାୟର କରାଯିବ ବୋଲି ରୁଚିକା ମଙ୍ଗଳ ସଂଗଠନ ପକ୍ଷରୁ ସୂଚନା ଦେଇଛନ୍ତି ।

  • Related Posts

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ଅବସରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ…

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ଏହି ସେଣ୍ଟର…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ