ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରେକର୍ଡ ପାର କରିଛି ତାତି । ଥଣ୍ଡା ଘରୁ ବାହାରିବା ମୁସ୍କିଲ ହୋଇଛି । ତତଲା କଡ଼େଇରେ ଫୁଟୁଛି ଶ୍ରୀନଗର । ୫୪ ବର୍ଷ ପରେ ତାପମାତ୍ର ୩୪ ଡିଗ୍ରୀ ଟପିଛି । ୧୩୩ ବର୍ଷ ପରେ ମେ’ ମାସରେ ଶୁକ୍ରବାର ତୃତୀୟ ସବୁଠୁ ଅଧିକ ଗରମ ଦିନ ହୋଇଛି । ପାଣିପାଗ ବିଭାଗ ମେ’ ୨୩ ଅର୍ଥାତ୍ ଆଜି ପାଇଁ ଆଲର୍ଟ ଜାରି କରିଛନ୍ତି । ଆସନ୍ତା ୨୪ରୁ ୨୬ ଯାଏ ଗରମକୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶ୍ରୀନଗର ସହିତ ଜମ୍ମୁରେ ମଧ୍ୟ ପ୍ରଚଣ୍ଡ ଗରମ ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଦିନ ତାପମାତ୍ର ୩୮.୫ ଡିଗ୍ରୀ ରହିଛି । ପବନ ବହିବାରୁ ବୁଧବାର ଅପେକ୍ଷା ତାତି ସାମାନ୍ୟ କମ୍ ହୋଇଛି । ୨.୯ ଡିଗ୍ରୀ ତାପମାତ୍ରା କମିଛି । ବୁଧବାର ଜମ୍ମୁରେ ଅଧିକାଂଶ ସ୍ଥାନରେ ତାପମାତ୍ର ୪୧.୪ ଡିଗ୍ରୀ ରହିଥିଲା । ଗତ ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ କରିଛି । ଏହାପୂର୍ବରୁ ୧୯୭୧ ମେ’ ୨୮ରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଘାଟିର ସୁନ୍ଦରତା ବ୍ୟତୀତ ଜମ୍ମୁର ମୌସୁମୀ ଅନ୍ୟ ରାଜ୍ୟର ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜମ୍ମୁରେ ପାଣିପାଗ ସାଧାରଣତଃ ଥଣ୍ତା ରହିଥାଏ । ଛୁଟିରେ ଲୋକ କଶ୍ମୀର ବୁଲିବାକୁ ଯାଇଥାନ୍ତି । ମାତ୍ର ଏବେ ଭୀଷଣ ଗରମ ଅନୁଭୂତ ହୋଇଛି । କୋପ ଦେଖାଇଛି ଖରା । ବଜାର ଓ ସଡ଼କକୁ ଦ୍ୱିପ୍ରହରରେ ଘରୁ ବାହାରିବା କଷ୍ଟକର ହେଉଛି । ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ ସମସ୍ତଙ୍କୁ ଚକିତ କରିଛି ।

  • Garvita Odia

    Related Posts

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ରେଳବାଇର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହା ଦ୍ବାରା ଯାତ୍ରା ଆହୁରି ସୁବିଧା ହେବ, ଖର୍ଚ୍ଚ ହ୍ରାସ ପାଇବ, କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ…

    ପ୍ରତିରକ୍ଷା ବ୍ୟୟ ୨୦% ବଢ଼ାଇଲା ପାକ୍‌

    ନୂଆଦିଲ୍ଲୀ: ପ୍ରତିରକ୍ଷା ବ୍ୟୟବରାଦରେ ଭାରତ ସହ ତୁଳନୀୟ ନୁହେଁ ପାକ୍‌ । ମଙ୍ଗଳବାର ପାକିସ୍ତାନ ଏହାର ପ୍ରତିରକ୍ଷା ବ୍ୟୟବରାଦରେ ୨୦% ବୃଦ୍ଧି କରିଛି । ଏହାସତ୍ତ୍ଵେ ପାକ୍‌ର ପ୍ରତିରକ୍ଷା ବ୍ୟୟ ଭାରତଠୁ ୯ ଭାଗରୁ ଭାଗେ । ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌…

    Leave a Reply

    Your email address will not be published. Required fields are marked *

    You Missed

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର  ମଞ୍ଜୁରି

    ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ:ମନ୍ତ୍ରୀ

    ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ:ମନ୍ତ୍ରୀ

    କାବ୍ୟାଞ୍ଜଳି କବିତା ସଂକଳନକୁ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

    କାବ୍ୟାଞ୍ଜଳି କବିତା ସଂକଳନକୁ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

    ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

    ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

    ପୁରୀରେ ସେବାୟତଙ୍କୁ ହତ୍ୟା

    ପୁରୀରେ ସେବାୟତଙ୍କୁ ହତ୍ୟା

    ଜୁନ୍ ୨୦ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ

    ଜୁନ୍ ୨୦ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ