ସମୁଦ୍ରରେ ବୁଡ଼ିଲେ ୩ ପର୍ୟ୍ୟଟକ; ଜଣେ ମୃତ

ଚନ୍ଦନେଶ୍ଵର: ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ତାଜପୁର ବେଳାଭୂମିରେ ବଡ଼ ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୩ ପର୍ୟ୍ୟଟକ । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ଆଉ ଜଣେ ନିଖୋଜ ଅଛନ୍ତି । ସମସ୍ତଙ୍କ ଘର ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ପଶ୍ଚିମବଙ୍ଗ ଦୀଘାକୁ ବାରସାତ ଅଞ୍ଚଳର ୩ ଯୁବକ ବୁଲିବାକୁ ଆସିଥିବା ବେଳେ ଦୀଘାରେ ଏକ ହୋଟେଲରେ ରହୁଥିଲେ । ମାତ୍ର ଦୀଘା ବେଳାଭୂମି ଏବେ ପ୍ରବଳ ଭିଡ଼ ହେଉଥିବା ବେଳେ ପାଖରେ ଥିବା ତାଜପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ସେଠାରେ ସମୁଦ୍ରରେ ଉଚ୍ଚ ଜୁଆର ଦେଖି ଗାଧୋଇବା ପାଇଁ ୩ ଯୁବକ ଯାଇଥିଲେ । ହେଲେ ଗାଧୋଇବା ବେଳେ ୩ଜଣ ସମୁଦ୍ରରେ ଭାସି ଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ପୁଲିସ କର୍ମଚାରୀ ୨ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି ଏବଂ ଆଉ ଜଣେ ଏପର୍ୟ୍ୟନ୍ତ ନିଖୋଜ ଅଛନ୍ତି । ତେବେ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ପର୍ୟ୍ୟଟକ ଅମାନିଆ ହେଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟଲୋକ କହିଛନ୍ତି ।

  • Garvita Odia

    Related Posts

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଭୁବନେଶ୍ୱର: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ…

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍‌ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍‌ ପାର୍କିଂ ଦର…

    Leave a Reply

    Your email address will not be published. Required fields are marked *

    You Missed

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ