ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ ।

ପାରାଦୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି । ସେମାନେ କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜର ଛାତ୍ର ବୋଲି ସୂଚନା ମିଳିଛି । ପାରାଦୀପ ବନ୍ଦର ସିଆଇଏସ‌ଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ । ନିଖୋଜ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା । ପରିବାରକୁ ଖବର ଦିଆଯାଇଥିବା ବେଳେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା