ସରକାରଙ୍କ ଚକ୍ରାନ୍ତ ଭଣ୍ଡୁର ହେଲା, ପଡିଆ ଉଛୁଳିଲା : ଭକ୍ତ

ଭୁବନେଶ୍ବର:- ସମ୍ବିଧାନ ବଞ୍ଚାଅ ମହାସମାବେଶର ଅଦ୍ଭୂତପୂର୍ବ ସଫଳତାରେ ବିଜେପି-ବିଜେଡି ଚକିତ ହୋଇଥିବା ସ୍ପଷ୍ଟ ହୋଇଛି। ବରମୁଣ୍ଡା ପଡିଆ ଭିତରେ ଯେତେ ଲୋକ ଥିଲେ ବାହାରେ ମଧ୍ୟ ସେତିକି ଲୋକ ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ଥିଲେ। ଡ୍ରାଇଭର ଧର୍ମଘଟ ନେଇ ପ୍ରଥମରୁ ଅନିଶ୍ଚିତତା ନଥିଲେ ଆହୁରି ମଧ୍ୟ ଅଧିକ ଜନସମାଗମ ହୋଇଥାନ୍ତା। ଏହା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଜୀ ପ୍ରମୁଖଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳ ସପକ୍ଷରେ ଅନ୍ତଃସ୍ରୋତକୁ ଦର୍ଶାଉଛି ବୋଲି ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ପୌରହିତରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ମହାସମାବେଶ ପ୍ରତି ରାଜ୍ୟ ବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ଦାସ ସ୍ବତନ୍ତ୍ର ଭାବେ ଡ୍ରାଇଭର ମହାସଂଘକୁ କୃତଜ୍ଞତା ଜଣାଇ କହିଥିଲେ, କେବଳ ମହାସମାବେଶ ପାଇଁ ହିଁ ମହାସଂଘ ଧର୍ମଘଟକୁ କୋହଳ କରିବା ଦ୍ବାରା ସରକାର ଓ ବିଜେପିର ଚକ୍ରାନ୍ତ ଭଣ୍ଡୁର ହୋଇଥିଲା। ଏଥିସହିତ ସମଗ୍ର ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ଦାସ ସମସ୍ତ କଂଗ୍ରେସ ସଂଗଠନ ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରପତିଙ୍କ ବିଷୟରେ ଏଆଇସିସି ଅଧ୍ୟକ୍ଷ ଅଶାଳୀନ ଟିପ୍ପଣୀ ଦେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସେହିପରି, ରାହୁଲ ଗାନ୍ଧୀଙ୍କୁ ‘ସାମନ୍ତବାଦୀ’ ଆଖ୍ୟା ଦେଇଥିବା ଶ୍ରୀ ପ୍ରଧାନଙ୍କ ଟିପ୍ପଣୀ ନେଇ ସେ ପାଲଟା ପ୍ରଶ୍ନ କରିଥିଲେ, “ଯିଏ ଦେଶର ବଡବଡ ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ସିଏ ସାମନ୍ତବାଦୀ ଅଥଚ ଯେଉଁମାନେ ମଧ୍ୟଯୁଗୀୟ ବିଚାରର ଅଧିକାରୀ ସେମାନେ କିପରି ଏପରି ଆକ୍ଷେପ କରିପାରିବେ?” ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହାସମାବେଶର ସୁପରିଚାଳନା ପାଇଁ ନିୟୋଜିତ ପୋଲିସ ପ୍ରଶାସନ ଓ ସହଯୋଗୀ ସରକାରୀ ସଂସ୍ଥାର ନିୟୋଜିତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଅନୁରୁପ ଭାବେ ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଜିଲ୍ଲା ସଂଯୋଜକ, ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଓ କର୍ମକର୍ତ୍ତା, ସମସ୍ତ ବିଭାଗ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସ, ଉପସଭାପତି ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସିଏସ୍ ରାଜେନ୍ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟନ୍ଦୁ ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ଗତକାଲିର ସମ୍ବିଧାନ ବଞ୍ଚାଅ ସମାବେଶର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

  • Garvita Odia

    Related Posts

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ…

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି। ଏଥି ପାଇଁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ