ସାତ ମହଲାରୁ ଡେଇଁପଡିଲେ ଆଇଟି ଇଞ୍ଜିନିୟର

ନୂଆଦିଲ୍ଲୀ:ପୁଣେର ହିଞ୍ଜୱାଡି ଅଞ୍ଚଳରେ ଏକ ଆଇଟି କମ୍ପାନୀରେ କାମ କରୁଥିବା ଜଣେ ୨୩ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୋମବାର ସକାଳ ପ୍ରାୟ ୧୦.୩୦ମିନିଟରେ ଏହି ଘଟଣା ଘଟିଥିଲା । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାସିକର ପୀୟୁଷ ଅଶୋକ କୱାଡେ । ଗତ ଦେଢ ବର୍ଷ ହେବ ସେ ଏଟଲସ୍‍ କପକୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ।ଅଫିସରେ ସବୁଦିନ ଭଳି କାମ ଚାଲିଥିବା ବେଳେ ଏଭଳି ଏକ ଆଶ୍ଚର୍ୟ୍ୟଜନକ ଘଟଣା ଘଟିଥିଲା । ପୀୟୁଷ ଘଟଣା ଦିନ ଏକ ବୈଠକରେ ଯୋଗ ଦେଉଥିଲେ, ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ବୈଠକ ଛାଡି ଚାଲି ଯାଇଥିଳେ । କେହି ଭାବିନଥିଲେ ଯେ ମାତ୍ର କିଛି ମିନିଟ୍‍ ମଧ୍ୟରେ ସେ ଏତେ ବଡ ପଦକ୍ଷେପ ନେବେ । ଯେତେବେଳେ ଅଫିସରେ ଥିବା ଲୋକମାନେ ତାଙ୍କୁ କୋଠାରୁ ତଳକୁ ପଡିବାର ଦେଖିଲେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଗଲେ । ତୁରନ୍ତ ପୁଲିସକୁ ଖବର ଦେବାରୁ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତ୍ୟୁ ପୂର୍ବରୁ ପୀୟୁଷ ଏକ ହାତ ଲେଖା ଚିଠି ଲେଖିଥିଲେ । ଯାହାକୁ ପୁଲିସ ଜବତ କରିଛି । ସେଥିରେ ଲେଖା ଅଛି’ ମୁଁ ଜୀବନରେ ସବୁଠି ବିଫଳ ହୋଇଛି । ଦୟାକରି ମୋତେ କ୍ଷମା କରନ୍ତୁ’’ । ସେ ତାଙ୍କ ବାପାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଛାଡିଥିଲେ । ଯେଉଁଥିରେ ପୀୟୁଷ କହିଥିଲେ ଯେ ସେ ତାଙ୍କ ଯୋଗ୍ୟ ପୁଅ ନୁହଁନ୍ତି ଏବଂ ତାଙ୍କ ପଦକ୍ଷେପ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।
ହାତଲେଖା ଚିଠିରୁ ଜଣାପଡିଛି ଯେ ପୀୟୁଷ ଭିତରୁ ଭାଙ୍ଗି ପଡିଥିଲେ, ଏବଂ ଜୀବନରେ ଅସଫଳ ଅନୁଭବ କରୁଥିଲେ । ଚିଠିରେ କୌଣସି ସ୍ଥାନରେ ଚାକିରି ସମ୍ବନ୍ଧୀୟ ସମସ୍ୟା କିମ୍ବା ଅଫିସ ଚାପ ବିଷୟରେ ଉଲ୍ଲେଖ କରିନଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • Garvita Odia

    Related Posts

    ଆଜି ଉତକ୍ଷେପଣ ହେବ ଉପଗ୍ରହ ନିସାର

    ନୂଆଦିଲ୍ଲୀ: ନାସା ଓ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ ‘ନିସାର’। ଆଜି ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ ଭିନ୍ନ ପୃଥିବୀ…

    ବିଶ୍ୱର କୌଣସି ନେତା ଅପରେସନ ବନ୍ଦ କରିବାକୁ କହି ନାହାଁନ୍ତି

    ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଏବେ ବି ଚାଲିଛି । ବିଶ୍ୱର କୌଣସି ନେତା ଅପରେସନ ବନ୍ଦ କରିବାକୁ କହି ନାହାଁନ୍ତି । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମୋତେ ମେ 9 ରାତିରେ ଫୋନ୍ କରିଥିଲେ । ଭାନ୍ସ ମୋତେ କହିଥିଲେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

    ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା

    ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା

    ଭୁବନେଶ୍ୱରରେ ହେବ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

    ଭୁବନେଶ୍ୱରରେ ହେବ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

    ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ

    ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ