ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ କରୁଥିବାବେଳେ ଆଗାମୀ ଦିନରେ ସଂସଦ ଘେରାଉ କରିବ। ଏହି ଘୋଷଣା ସହ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଅଳକା ଲାମ୍ବା କହିଛନ୍ତି ଯେ ଓଡ଼ିଶାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଓଡ଼ିଶାରେ ନାରୀ ନିରାପତ୍ତା ଓ ନ୍ୟାୟ ପାଇଁ କୌଣସି କଡ଼ା ପଦକ୍ଷେପ ନିଆଯାଇ ନାହିଁ।

ଏହି ଘଟଣାରେ କଂଗ୍ରେସ ଦଳ ଆଗାମୀ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗକୁ ପ୍ରମୁଖତା ଦେବ ବୋଲି ଅଳକା ଲାମ୍ବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୨୧ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ କଂଗ୍ରେସ ଦଳ ସଂସଦ ଘେରାଉ କରି ବାଲେଶ୍ବର ଘଟଣାରେ ନ୍ୟାୟ ଦାବି କରିବ। ଓଡ଼ିଶା ପ୍ରସଙ୍ଗକୁ ଆମେ ପ୍ରାଥମିକତା ଦେବୁ। ଏହା ସହିତ, ଅଳକା ଲାମ୍ବା ଓଡ଼ିଶା ଗସ୍ତ କରି ସୌମ୍ୟଶ୍ରୀ ବିଶୀଙ୍କ ପରିବାରକୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନିପତିଙ୍କ ନେତୃତ୍ୱରେ ବାଲେଶ୍ବରରେ ଏକ ବିଶାଳ କର୍ମୀ ସମାବେଶ ଆୟୋଜନ କରାଯାଇଛି, ଯେଉଁଠାରେ ଅଳକା ଲାମ୍ବା ମଧ୍ୟ ଯୋଗ ଦେବେ। ଏହା ପୂର୍ବରୁ ଅଳକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ୟ୍ୟାଳୟରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକ ବଡ଼ ଝଟକା ଲାଗିଛି । ସୁନା ଚୋରା ଚାଲାଣ ମାମଲାରେ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବୈଦେଶିକ ବିନିମୟ ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ୟ୍ୟକଳାପ ନିରାକରଣ ଅଧିନିୟମ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧