ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ବାମୀ

କୁଚିଣ୍ଡା: ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ । ଅଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅନ୍ତର୍ଗତ ମୁଣ୍ଡଲେଷା ଗାଁରେ ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳ ଉଗ୍ରରୂପ ନେଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଛି । ପୀତବାସ ନାଏକ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ମାନିନୀ ନାଏକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖିଛି ।ସେପଟେ ଶୁକ୍ରବାର ଝାରସୁଗୁଡାରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

  • Garvita Odia

    Related Posts

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    ସ୍ୱାମୀଙ୍କ ଗୋଇଠା ମାଡ଼ରେ ଅନ୍ତସତ୍ତ୍ୱା ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

    ଭଦ୍ରକ: ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି…

    Leave a Reply

    Your email address will not be published. Required fields are marked *

    You Missed

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ନଦୀରେ ବୁଡି ୨ ମୃତ

    ନଦୀରେ ବୁଡି ୨  ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ବିମାନ ଦୁର୍ଘଟଣା:  ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା