ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଇତିହାସ ରଚିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଲା । ସବୁ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍‌ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତ୍‌କ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ରେ ମହାକାଶକୁ ଯାତ୍ରା ପାଇଁ ମିସନ ଆରମ୍ଭ ହୋଇଥିଲା ।
ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ ଏକ୍ସର ମିଳିତ ମିସନ । ପୂର୍ବରୁ ୫ ଥର ମିସନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିସନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ ।

  • Garvita Odia

    Related Posts

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି (ଶୁକ୍ରବାର) ନୂଆ ଦଳ ଘୋଷଣା କରିପାରନ୍ତି। ସେ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମ୍ମିଳନୀରେ ନୂତନ ଦଳ/ସଂଗଠନ…

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌