
କସିଆ: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି।
ସୂଚନା ମୁତାବକ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ହେଲେ ଶନିବାର ରାତିରେ କୌଣସି କାରଣରୁ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ମୁହଁରେ ଆଘାତ କରି ଫେରାର ହୋଇଯାଇଥିଲା ସ୍ୱାମୀ । ପୁଅ ବଳରାମ ସକାଳେ ମାଆ ମରିଯାଇଥିବା ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର କରିଥିଲେ। ସୂଚନା ପାଇଁ ପାଇ ଥାନାଧିକାରୀ ସାବିତ୍ରୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।