ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧିମନ ଚକମା

କଟକ: ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲାଞ୍ଚ ନେଇ ଧରାପଡିଥିବା ଯୁବ IAS ଅଫିସର ଧିମନ ଚକମା। ଜାମିନ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଧିମନ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଧିମନ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ରେଡ ହ୍ୟାଣ୍ଡେଡରେ ଟଙ୍କା ସହ ଧରାପଡିଥିଲେ କଳାହାଣ୍ଡି ଧର୍ମଗଡ଼ ଉପ-ଜିଲ୍ଲାପାଳ ଧିମନ ଚକମା। ତାଙ୍କ ସରକାରୀ ବାସଭବନରୁ ମିଳିଥିଲା ପୁଳାପୁଳା ଟଙ୍କା।

ଭବାନୀପାଟଣା ଜେଲ ଭିତରେ ଧିମାନଙ୍କ ଭଏସ ରେକର୍ଡ କରିଛି କଳାହାଣ୍ଡି ଭିଜିଲାନ୍ସ। ଭିଜିଲାନ୍ସ ଡିଏସପିଙ୍କ ସମେତ ୫ ଜଣିଆ ସ୍ବତନ୍ତ୍ର ଟିମ୍ ଜେଲକୁ ଯାଇ ତାଙ୍କର ଭଏସ ରେକର୍ଡ କରିଛନ୍ତି। ବ୍ୟବସାୟୀଙ୍କୁ ଫୋନ୍ ଯୋଗେ ଟଙ୍କା ମାଗିଥିବା କଲ୍ ରେକର୍ଡ ସହିତ ମ୍ୟାଚ୍ କରାଇବା ପାଇଁ ଭିଜିଲାନ୍ସ ଟିମ୍ ଧିମନ ଚକମାଙ୍କ ଭଏସ୍ ରେକର୍ଡ କରିଥିବା ନେଇ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ବିଭାଗ ଡିଏସପି ପ୍ରଦୀପ କୁମାର ଆଇଣ୍ଡ।2021 ବ୍ୟାଚର ଆଇଏଏସ ଅଫିସର ଧିମନ ଚକମାଙ୍କ ଘରେ ଭିଜିଲାନ୍ସ ରେଡ୍ ସମୟରେ ତାଙ୍କ ଘରୁ ନଗଦ ୪୭ ଲକ୍ଷ୍ୟ ୪୭ ହଜାର ୬୦୦ ସମେତ ଅନେକ ଗହଣା ଓ ଦାମୀ ଜିନିଷ ଜବତ କରିବା ସହିତ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା କରିଥିଲା ଭିଜିଲାନ୍ସ ଟିମ୍। ଏତେ ମାତ୍ରାରେ ଟଙ୍କା ସେ କେଉଁଠୁ ଆଣିଲେ ତାହାର ସ୍ପଷ୍ଟିକରଣ ନଦେଇ ପାରିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କର ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଭିଜିଲାନ୍ସ ବିଭାଗର ଟିମ୍ ତ୍ରିପୁରା ଠାରେ ଥିବା ଧିମନ ଚକମାଙ୍କ ବାସଭବନରେ ମଧ୍ୟ ଚଢ଼ଉ କରିଥିବା ଜଣାପଡିଛି।

  • Garvita Odia

    Related Posts

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।…

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ…

    Leave a Reply

    Your email address will not be published. Required fields are marked *

    You Missed

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ