
ହୀରାକୁଦ: ଉପରମୁଣ୍ଡରୁ ବର୍ଷାଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶନିବାର ରାତି ୯ଟାରେ ୬୧୨.୧୨ ଫୁଟ ରହିଥିଲା ା ବାମପଟର ୧୩ ଓ ଡାହାଣପଟର ୭ ଫାଟକ ଦ୍ବାରା ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୫୬ ହଜାର ୪୬୮ କ୍ୟୁସେକଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାଧ୍ୟମରେ ୩ ଲକ୍ଷ ୩୯ ହଜାର ୮୦୯ କ୍ୟୁସେକଜଳ ନିଷ୍କାସିତ ହେଉଥିଲା। କଟକ ଜିଲାର ମୁଣ୍ଡଳିକୁ ଆଜି ୨ ଲକ୍ଷ ୩୬ ହଜାର ୧୯୨ କ୍ୟୁସେକଜଳ ପ୍ରବେଶ କରୁଛି, ଆସନ୍ତାକାଲି ୬ ଲକ୍ଷ କ୍ୟୁସେକଜଳ ପ୍ରବାହ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ା ଗତ ୨୪ଘଣ୍ଟାରେ ବନ୍ଧ ଉପରମୁଣ୍ଡରେ ୪୯.୪୭ ମିମି ଏବଂ ତଳମୁଣ୍ଡରେ ୨୯.୬୫ ମିମି ବର୍ଷା ରେକର୍ଡ କରାଯାଇଛି।