
ନୂଆଦିଲ୍ଲୀ: ଟାରିଫ୍ ୱାର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସମ୍ଭାବନା ରହିଛି । ଆସନ୍ତା ମାସରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ମିଳିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ୟୁଏସ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାରିଫ୍ ବିବାଦ ଭିତରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି । ଦୁଇ ନେତାଙ୍କ ମଧ୍ୟରେ ଟାରିଫ୍ ସମେତ ଅଟକିଥିବା ଟ୍ରେଡ୍ ଡିଲ୍ ବାବଦରେ ଆଲୋଚନା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୩ରୁ ୨୭ ଯାଏ ନ୍ୟୁୟର୍କରେ ୟୁଏନ୍ଜିଏର ଗୁରୁତ୍ୱପର୍ଣ୍ଣ ବୈଠକ ହେବ ।
ପ୍ରଧାନମନ୍ତ୍ରୀ UNGAରେ ସାମିଲ ହେବେ- ୟୁଏନଜିଏର ୮୦ତମ ଅଧିବେଶନ ସେପ୍ଟେମ୍ବର ୯ ରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିପାରନ୍ତି। ଉଚ୍ଚସ୍ତରୀୟ ଜେନେରାଲ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାରମ୍ପାରିକ ଭାବରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବେ । ଏହା ପରେ ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୩ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଭାରତ ସହିତ, ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ପ୍ରମୁଖମାନେ ସେପ୍ଟେମ୍ବର ୨୬ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୬ରେ UNGA ବକ୍ତା ତାଲିକାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ପାଇଁ ଏ ବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।