ହୋଲିରେ ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା

ଭୁବନେଶ୍ୱର:ଜଳେଶ୍ବର ଥାନା ଅନ୍ତର୍ଗତ ବଡସାହି ବାଲିଆପାଳ ଗ୍ରାମରରେ ହୋଲିରେ ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା। କୁକର୍ମ କରି ଫେରାର ହୋଇଯାଇଛି ଅଭିଯୁକ୍ତ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଶନିବାର ଅପରାହ୍ନରେ ବଡ଼ସାହି ବାଲିଆପାଲ ଗ୍ରାମର ଜଣେ ସମ୍ପର୍କୀୟ କାକା କାଳିଆ ସାହୁଙ୍କ ସହିତ ସିଂଲା ବଜାରକୁ ଆଧାର କାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ ପ୍ରଭାକର ଜେନା । ଫେରିବା ସମୟରେ ସନ୍ଧ୍ୟାର ସୁଯୋଗ ନେଇ ପ୍ରଭାକରକୁ ମଦ ପିଆଇ ନିଶାସକ୍ତ କରାଇଥିଲେ କାଳିଆ। ପରେ ଅନ୍ୟ ଏକ କାମ ପାଇଁ ନାଇକୁଡି ଅଞ୍ଚଳକୁ ପଠାଇ ଦେଇଥିଲେ। ଏହ ସୁଯୋଗ ନେଇ ପୁତୁରା ବୋହୂକୁ ଘରେ ଛାଡି ଦେବେ ବୋଲି କହି ସାଙ୍ଗରେ ନେଇ ଯାଇଥିଲେ। ଫେରିବା ବାଟରେ ଏକ ନିଛାଟିଆ ରାସ୍ତାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଖବର ପାଇ ଗ୍ରାମର କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ପୋଲିସ ସମ୍ପର୍କିତ ଘଟଣା ହୋଇ ଥିବାରୁ ପୋଲିସର ଅଭିଯୋଗ କରିବା ପାଇଁ କହିଥିଲେ ଡାକ୍ତର। ଶନିବାର ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ବାଲେଶ୍ବର ନେଇଥିଲେ। ମାତ୍ର ମହିଳା ଡ଼ାକ୍ତର ନଥିବାରୁ ଫେରି ଆସିଛନ୍ତି। ତେବେ ଆଜି ଜଳେଶ୍ୱର ଥାନାରେ ପୋଲିସ ତଦନ୍ତ ଜାରି ରଖିଛି ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ