୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

ଭୁବନେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ତାଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ଜାରି ରହିଥିବା ବେଳେ, ଆସନ୍ତା ଜୁଲାଇ ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆରଡିସି ଅଫିସ ଘେରାଉ କାର୍ୟ୍ୟକ୍ରମ ହେବ ବୋଲି ଆଜି ଦଳ ତରଫରୁ ସୂଚନା ଦିଆଯାଇଛି।ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆରଡିସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ପ୍ରତିବାଦ କାର୍ୟ୍ୟକ୍ରମ କରିଆସୁଛି। ୧୪ ତାରିଖ ବିଳମ୍ୱିତ ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା ବେଳେ ତା ପରଦିନ ସକାଳୁ ଅର୍ଥାତ ଜୁଲାଇ ୧୫ ତାରିଖ ଦିନ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ୧୬ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଏହାର ତଦନ୍ତ ଉଚ୍ଚ ନ୍ୟାୟାଳୟର କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରିଛି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ବିଜୁ ଜନତା ଦଳ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।

  • Garvita Odia

    Related Posts

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଭୁବନେଶ୍ୱର: ଆସନ୍ତା ଚବିଶ ତାରିଖ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରର ପୀଡ଼ିତା ସୌମ୍ୟାଶ୍ରୀଙ୍କ ଏକଦଶାହ। ତେବେ ଏହି ଦିବସକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ, ବାମ ଦଳ, ଆରଜେଡି, ଏସପି ସମେତ ଇଣ୍ଡିଆ ମେଣ୍ଟର ଆଠ ଦଳ। ସାରା ରାଜ୍ୟରେ ମହିଳା…

    ଜନତା ମୈଇଦାନରେ ବିଜେଡିର ନୀରବ ପ୍ରତିବାଦ

    ଭୁବନେଶ୍ୱର: ଭୁବନେଶ୍ବର ଜନତା ମୈଇଦାନରେ ନୀରବ ପ୍ରତିବାଦ । ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରୁଛି ବିଜେଡି । ଏଫଏମ କଲେଜ ମାମଲାରେ ବିଚାର ବିଭାଗୀ ତଦନ୍ତ ଦାବି । ବିଜେଡିର ବିକ୍ଷୋଭ ବେଳେ ପୋଲିସର ଦମନ ଲୀଳାକୁ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌