୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ

ଭଦ୍ରକ,04/09:ଭଦ୍ରକ ସହର ନିଶା ବେପାରୀଙ୍କ ଏକ ବଡ଼ ଆଡ୍ଡା ପାଲଟିଛି। ପଡୋଶୀ ରାଜ୍ୟରୁ ଏଠାକୁ ନିଶା ଆମଦାନୀ କରାଯାଇ ପରେ ଏହାକୁ ରପ୍ତାନୀ କରାଯାଉଛି। ଭଦ୍ରକ ଜିଲ୍ଲାରେ ଧଳା ଜହର ବେପାର ବୃଦ୍ଧି ପାଇଛି। ଗତ ଦୁଇ ଦିନ ତଳେ ଟାଉନ ପୁଲିସ ଓ ପୁରୁଣା ପୁଲିସ ହାତରେ ୪ ଜଣ ମଦ ବେପାରୀ ଧାରା ପଡ଼ି ଜେଲ୍‌ ଯାଇଥିଲେ। ଆଜି ପୁଣି ଭଦ୍ରକ ଟାଉନ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଟାଉନ ପୁଲିସ। ସୂଚନା ମୁତାବକ ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନାଧିକାରୀଙ୍କ ତତ୍ୱାବଧାନରେ ଭଦ୍ରକ ସହରରେ ପେଟ୍ରୋଲିଙ୍ଗ ବେଳେ ଚାରିଘରିଆ ଛକରେ ଏକ ହୋଣ୍ଡା କାର୍‌କୁ ଅଟକାଇବା ପରେ ସେଥିରେ ୨୬ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ହୋଣ୍ଡା କାର, ୧୦ ହଜାର ଟଙ୍କା ଜବତ ସହ କେନ୍ଦୁଝରର ୩ ଜଣ ଯୁବକଙ୍କୁ ଗିରଫ କରିଥିଲା ଟାଉନ ପୁଲିସ। ପୁଲିସ ବ୍ୟାପକ ଚଢ଼ାଉ କରୁଥିଲେ ମଧ୍ୟ ଅପରାଧୀମାନେ କୌଶଳ କ୍ରମେ ନିଶା ବେପାର କରୁଛନ୍ତି। ଦୁଇ ଦିନ ପୂର୍ବରୁ ୪ଜଣ ମଦ ବେପାରୀ ପୁଲିସ ହାତରେ ଧରାପଡ଼ିଲେ। ଆଜି ପୁଣି ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତିରେ ସହରରେ ପାଟ୍ରୋଲିଙ୍ଗ ସମୟରେ ଦୁଇ ଯୁବକଙ୍କୁ ସନ୍ଦେହଜନକ ଭାବେ ଅଟକାଇବାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଗୋଟିଏ ପଶ୍ଚିମ ବଙ୍ଗ ନମ୍ବର ଥିବା ବାଇକ, ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଯୁବକ ଏବଂ ଭଦ୍ରକ ଚରମ୍ପାର ବଉଲପୋଖରୀର ରାଜା ମଳିକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୁଲିସ। ଟାଉନ ପୁଲିସ ଦୁଇଟି ମାମଲାରେ ସମୁଦାୟ ୩୬ ଗ୍ରାମ ବ୍ରାଉନ ସୁଗାର୍ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକରେ ବ୍ରାଉନ ସୁଗର ବେପାରୀ ସବୁଠି ଛାଇ ହୋଇଯାଇଥିବା ବେଳେ ପୁଲିସର ବ୍ୟାପକ ଚଢ଼ଉ କରିବାର ଆବଶ୍ୟକତା ରହିଛି।

  • Related Posts

    ବିଚାରପତିଙ୍କୁ ହତ୍ୟା ଧମକ, ବଞ୍ଚିବାକୁ ଥିଲେ ୫୦୦ କୋଟି ଟଙ୍କା ଦିଅ

    ରେୱା,04/09: ରେୱା ଜିଲ୍ଲାର ସୋହାଗି ଥାନା ଅଞ୍ଚଳ ଅନ୍ତର୍ଗତ ତ୍ୟୋନ୍ଥର କୋର୍ଟରେ ନିୟୋଜିତ ପ୍ରଥମ ସିଭିଲ୍ ଜଜ୍ ମୋହିନୀ ଭଦୌରିଆଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଚିଠିଟି…

    Continue reading
    ଟିଭି ଅଭିନେତା ଆଶିଷ କପୁର ଗିରଫ

    ଦିଲ୍ଲୀ, 04।09:ଉତ୍ତର ଦିଲ୍ଲୀ ସିଭିଲ ଲାଇନ ଅଞ୍ଚଳରେ ଏକ ପାର୍ଟିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁଲିସ ଗିରଫ କରିଛି। ଆଶିଷଙ୍କୁ ପୁଣେରୁ ଗିରଫ କରାଯାଇଥିବା ଡିସିପି ରାଜା ବାନ୍ଥିଆ କହିଛନ୍ତି। ୨୪ ବର୍ଷୀୟା ପୀଡ଼ିତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    PRESIDENT OF INDIA’S GREETINGS ON THE EVE OF TEACHERS’ DAY

    ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ – ଧର୍ମେନ୍ଦ୍ର ପ୍ରଧାନ

    ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

    ‘ଭାରତୀୟ ଡାକ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କ’ ସମ୍ପର୍କିତ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ