୩ କୋଟିର ରାସ୍ତା ଭେଟିଦେଲେ ସାଂସଦ ଅପରାଜିତା

ଭୁବନେଶ୍ବର : ସମସ୍ୟା ଦୂର କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ୧୭ ଜୁନ୍ ବସୁମତି ସ୍ନାନ ଠାରୁ ମାଜେଣା ଠାରୁ ବନ୍ତଳ ପର୍ୟ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ସାଂସଦଙ୍କ କରକମଳରେ କରାଯାଇଛି । ଗତ ନଭେମ୍ବର ୨୦୨୩ରେ ମଲ୍ଲିପୁର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସାଂସଦ ମହାଶୟା ଏହି ଗ୍ରାମ ପରିଦର୍ଶନରେ ଆସି, ରାସ୍ତା ସମସ୍ୟା ନେଇ ନିଜେ ଅନୁଭବ କରିଥିଲେ । ଗମନାଗମନ ସମସ୍ୟାଟିକୁ ସାଂସଦ ମହାଶୟ ନିଜେ ହୃଦୟଙ୍ଗମ କରିଥିଲେ । ଏହି ରାସ୍ତା ଉପରେ ୭ଟି ପଂଚାୟତ ନିର୍ଭର କରନ୍ତି । ପୂର୍ବରୁ ଭୁବନେଶ୍ବର, ଖୋର୍ଦ୍ଧା, ଟାଙ୍କୀକୁ ଏହି ରାସ୍ତା ଦେଇ ଯାତାୟତ କରିବା ଦୀର୍ଘ ଘଣ୍ଟା ଲାଗୁଥିଲା । ପୂର୍ବରୁ ଏହି ରାସ୍ତାଟି ଜଙ୍ଗଲ ପରିବେଶ ବିଭାଗ ଅଧିନରେ ରହିଥିଲା । ଫଳରେ ଏହି ରାସ୍ତାର ଆଧୁନିକିକରଣ କରିବା ସମ୍ଭବ ହେଉନଥିଲା । ଭୁବନେଶ୍ବର ସାଂସଦ ମହାଶୟାଙ୍କ ଉଦ୍ୟମରେ ତତ୍କାଳିନ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ଏବଂ ବର୍ତ୍ତମାନର ଜଙ୍ଗଲ ପରିବେଶ ବିଭାଗ ଅଧିକାରୀଙ୍କ ସହ କଥା ହେବା ପରେ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଆସିଥିଲା । ଏହା ପରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୩ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ୩ କିମି ଦୀର୍ଘ ରାସ୍ତାକୁ ଆସନ୍ତା ୯ ମାସ ଭିତରେ ରାସ୍ତା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ମହୋଦୟା ନିର୍ଦ୍ଦେଶ ଦେଇଛନ୍ତି । ଏହି ୩ କିମି ରାସ୍ତା ପୂରଣ ହେବା ପରେ ଏହି ଲୋକଙ୍କୁ ଆଉ ପୂର୍ବପରି ଘଣ୍ଟା ଘଣ୍ଟା ରାସ୍ତା ସମସ୍ୟାରେ ପଡିବାକୁ ପଡିବନି, ଡାକ୍ତରଖାନା ଯିବାକୁ ଖୋର୍ଦ୍ଧା ଦେଇ ୨୫ କିଲୋମିଟର ବାଟ ଅଧିକ ବୁଲିବାକୁ ପଡୁଥିଲା, ତାହା ଆଉ ହେବନାହିଁ । ଏହି ୩ କିଲୋମିଟର ରାସ୍ତା ପୂରଣ ହେଲେ ଆଉ ଖୋର୍ଦ୍ଧା-ଟାଙ୍ଗୀ ଦେଇ ଅଧିକ ୨୫ କିମି ବାଟ ବୁଲି ବୁଲି ଯିବାକୁ ପଡିବନାହିଁ । ସ୍କୁଲ କଲେଜ ଯିବାରେ ମଧ୍ୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କ ଦୁଃଖ ଦୂର ହେବ ।
ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଭୁବନେଶ୍ବର ସାଂସଦ ମାଡାମ ଅପରାଜିତା ଷଡଙ୍ଗୀ କହିଥିଲେ, ରାଜନୀତି ମାନେ ହେଉଛି ବିକାଶ ଏବଂ ବିକାଶ କରିବା ପାଇଁ ମୁଁ ରାଜନୀତିକୁ ଆସିଛି । ପ୍ରତିଟି ପଂଚାୟତରେ ଆଗାମୀ ୪ ବର୍ଷ ଭିତରେ ସାଂସଦଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯୁବକମାନଙ୍କ ପାଇଁ ଲାଇବ୍ରେରୀ ନିର୍ମାଣ ହେବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । କାର୍ୟ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡଜେନା, ମଲ୍ଲିପୁର ଗ୍ରାମର ବରିଷ୍ଠ ନାଗରିକ ରାମ ବାବୁ, ସରପଂଚ ସୁଧାଂଶୁ ସେଠୀ, ସମିତିସଭ୍ୟ ଲିଲି ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ଏକଜିକୁଟିଭ ଇଂଜିନିୟର ଅଶୋକ କୁମାର ବେହେରା ଏବଂ ଶତାଧିକ ଜନତା ଯୋଗ ଦେଇଥିଲେ । ଭୁବନେଶ୍ବର ସାଂସଦଙ୍କ ଉଦ୍ୟମକୁ ମଲ୍ଲିପୁର ଗ୍ରାମବାସୀ ଭୂୟଶୀ ପ୍ରଶଂସା କରିଛନ୍ତି ।

  • Garvita Odia

    Related Posts

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଭୁବନେଶ୍ୱର: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ…

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍‌ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍‌ ପାର୍କିଂ ଦର…

    Leave a Reply

    Your email address will not be published. Required fields are marked *

    You Missed

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ