୭ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ ଓରଫ ସୁଧାକର ଏବଂ ମଇଲାରପୁ ଆଦେଲୁ ଓରଫ ଭାସ୍କର। ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁଧାକର ନାମରେ ୪୦ ଲକ୍ଷର ପୁରସ୍କାର ରହିଥିବାବେଳେ ଭାସ୍କର ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪, ୫ ଓ ୬ ତାରିଖ ୩ ଦିନ ଧରି ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟ ସମୟରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୨ ମାଓବାଦୀଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ୫ଜଣଙ୍କର ପରିଚୟ ଜଣାପଡ଼ିନାହିଁ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ନାମକ ମାଓବାଦୀ ସଂଗଠନ ପାଇଁ କାମ କରୁଥିବା ଜଣାପଡ଼ିଛି।

  • Garvita Odia

    Related Posts

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ନୂଆଦିଲ୍ଲୀ: ଆଜି ବି ଚାଲିପାରୁନି ସଂସଦ ମୌସୁମୀ ଅଧିବେଶନ । ଆରମ୍ଭରୁ ବିରୋଧୀଙ୍କ ପ୍ରବର ହଙ୍ଗାମା । ବାରମ୍ବାର ଗୃହ ମୁଲତବୀ ଘୋଷଣା ହୋଇଛି । ରାଜ୍ୟସଭା ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୧ଟା ଯାଏ ମୁଲତବୀ ହୋଇଛି ।…

    ୯ ହଜାର ଔଷଧର କ୍ବାଲିଟି ଖରାପ

    ନୂଆଦିଲ୍ଲୀ: ଔଷଧର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଗତ ତିନି ବର୍ଷରେ ସାରା ଦେଶରେ ଔଷଧର ୩ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଇଛି, ଯେଉଁଥିରେ ୯୦୦୦ ରୁ ଅଧିକ ଔଷଧ ଖରାପ କ୍ବାଲିଟିର ମିଳିଛି। ୯୫୧ ଔଷଧ ହୁଏତ ନକଲି…

    Leave a Reply

    Your email address will not be published. Required fields are marked *

    You Missed

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    ଆଜି ଏହି ଜିଲାରେ ପ୍ରବଳ ବର୍ଷିବ

    ଆଜି ଏହି  ଜିଲାରେ ପ୍ରବଳ ବର୍ଷିବ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ ଜେଲ ଫେରନ୍ତା ଶିକାରୀ

    ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ  ଜେଲ ଫେରନ୍ତା ଶିକାରୀ

    ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ

    ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ