୭ ମାସର ଗର୍ଭବତୀଙ୍କୁ ଗୁଳି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ।ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ସୀମା କବାଟ ଖୋଲି ଦେଇଥିଲେ। ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତେଣୁ ସେ ଜୋରରେ ପାଟି କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି କରି ଦେଇଥିଲେ। ତା’ପରେ ସେମାନେ ଦୌଡ଼ି ପଳାଇଥିଲେ।

ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Garvita Odia

    Related Posts

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

    କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ