
ରାୟଗଡ଼ା: ଦେଢ଼ ଲକ୍ଷ ଟଂକା ଧରି ଗାଡ଼ିରେ ଯାଉଥିଲେ । ଧରିଲା ଭିଜିଲାନ୍ସ । ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ । ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଦୁଇଟି ଟିମ୍ କରୁଛନ୍ତି ଚଢ଼ାଉ । ଭିଜିଲାନ୍ସର ସ୍କାନରରେ ଥିଲେ କିଶାନ । ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଥିଲା ଅଭିଯୋଗ।
ରାୟଗଡା ସହର ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ୟ୍ୟାଳୟ ସମେତ ଆବାସିକ ଭବନରେ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି । ଯାଞ୍ଚ ପରେ ଆୟ ବର୍ହିଭୁତ ସଂପତ୍ତିର ତାଲିକା ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ହସ୍ତଗତ ତଥ୍ୟ ଅନୁଯାୟୀ ଜଣେ ଠିକାଦାରଙ୍କ ଠାରୁ ବିପୁଳ ଅବୈଧ ନଗଦ ସଂଗ୍ରହ ସମ୍ପର୍କରେ ବିଶ୍ୱସ୍ତ ସୂଚନା ଆଧାରରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନଙ୍କୁ ରାୟଗଡ଼ା ଠାରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକାଯାଇଥିଲା ।ସେ ତାଙ୍କ କାର୍ୟ୍ୟାଳୟରୁ ସରକାରୀ କ୍ୱାର୍ଟରକୁ ବେନାମୀ ନଗଦ ସହିତ ଯାଉଥିବା ସ୍କୋର୍ପିଓ ଗାଡ଼ିରେ ଅଟକାଯାଇଥିଲା । ଅଟକାଯିବା ସମୟରେ କିଷାନଙ୍କ ନିକଟରୁ ଅନୈତିକ ଭାବରେ ଅର୍ଜନ ହୋଇଥିବା ସନ୍ଦିଗ୍ଧ ଟଙ୍କା ଦେଢ ଲକ୍ଷ ଟଙ୍କା ମିଳିଥିଲା ।ସେ ସନ୍ତୋଷଜନକ ଭାବରେ ତାର ହିସାବ ଦେଇପାରି ନ ଥିବାରୁ ତାଙ୍କ ନିକଟରୁ ନଗଦ ଜବତ କରାଯାଇଥିଲା । ଅଧିକ ଯାଞ୍ଚ ପାଇଁ ରାୟଗଡ଼ାର କିଷାନ (ଏସଇ)ଙ୍କ ସହିତ ଜଡିତ ୨ଟି ସ୍ଥାନରେ ତଲାସ କରାଯାଉଛି । ଅର୍ଥ ର ଉତ୍ସ ଜାଣିବା ପାଇଁ ତାଙ୍କୁ ଅଧିକ ଯାଞ୍ଚ କରାଯାଉଛି ବୋଲି ଭିଜିଲାନ୍ସ କହିଛି ।