ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ବାଲି ମାଫିଆ

ଉଦଳା: ମାତିଲେ ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଗାଡ଼ି ଭାଙ୍ଗି ଚୁରମାର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଘଟିଛି । ସୂଚନାଯୋଗ୍ୟ ଯେ, କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ସୋମବାର ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ୟ୍ୟାଳୟରୁ ନିଜ କାର୍ ଧରି ବାହାରିଥିଲେ । ସେହି ସମୟରେ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ମାଫିଆ ମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ । ଏହାପରେ ମାଫିଆ ମାନେ ତାଙ୍କୁ ଘେରିଯାଇଥିଲେ । କୌଶଳକ୍ରମେ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନାକୁ ଆସୁଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରିଥିଲେ । ଫଳରେ ତାଙ୍କ ଭାଙ୍ଗି ଚୁରମାର ହେବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାଡ଼ିବା ସହ ମାଡ଼ ମଧ୍ୟ ମାରିଥିଲେ । ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ । ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବା ବେଳେ ଥାନା ଗେଟ୍ ବନ୍ଦ ଥିବାରୁ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିଥିବା ଅତିରିକ୍ତ ତହସିଲଦାର କହିଛନ୍ତି ।

  • Garvita Odia

    Related Posts

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ରଘୁନାଥପୁର : ଜନୈକା ଛାତ୍ରୀଙ୍କୁ ନିର୍ୟାତନା ଅଭିଯୋଗରେ ରଘୁନାଥପୁର ବ୍ଲକ ଅଧୀନ ବର୍ତ୍ତିସ୍ଥିତ ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ଜଗତସିଂହପୁର ଜିଲାପାଳ ଚାକିରିରୁ ନିଲମ୍ବିତ କରିଛନ୍ତି। ଗତ…

    ନାବାଳିକା ହକି ଖେଳାଳିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

    ଯାଜପୁର: ପ୍ରଥମେ ବାଲେଶ୍ୱର ଏବଂ ପରେ ପୁରୀ ବଳଙ୍ଗା ଘଟଣା ଆଖିରୁ ନଲିଭୁଣୁ ଯାଜପୁରରେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ହକି ଖେଳାଳିଙ୍କୁ ଖୋଦ ତାଙ୍କର ଟ୍ରେନର ଓ ସହଯୋଗୀ ଅପହରଣ କରି ନେଇ…

    Leave a Reply

    Your email address will not be published. Required fields are marked *

    You Missed

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

    ବଢିଲା ସସ୍‌ପେନ୍ସ: ଦିଲ୍ଲୀ ଗସ୍ତରେ ମନମୋହନ

    ବଢିଲା ସସ୍‌ପେନ୍ସ: ଦିଲ୍ଲୀ ଗସ୍ତରେ   ମନମୋହନ

    ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

    ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

    ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

    ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା

    ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା