ମଣିପୁର: ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ କରିଦେଇଛନ୍ତି। ୫ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି। ଉତ୍ତେଜନା ସୃଷ୍ଟିକାରୀ ବିଷୟବସ୍ତୁକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରାଯାଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ୫ ଜିଲା ହେଉଛି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥଉବଲ, କାକଚିଂ ଏବଂ ବିଷ୍ଣପୁର।
ସୂଚନା ଅନୁସାରେ, ହିଂସା ସୃଷ୍ଟିକାରୀ ମୈତେଇ ସମ୍ପ୍ରଦାୟର କିଛି ନେତାଙ୍କୁ ପୁଲିସ ଗିରଫ କରିଛି। ଯାହାଫଳରେ ଅସାମାଜିକ ତତ୍ତ୍ଵମାନେ ହିଂସା ଜରିଆରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ଆଶଙ୍କା ରହିଛି। ସେମାନେ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରିବା ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।
ଦେଶରେ ୩୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟାରେ ଦେଶରେ ୩୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୫କୁ ବୃଦ୍ଧି ପାଇଛି। ରବିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।…