ଏକସଙ୍ଗରେ ୪ଟି ସନ୍ତାନଙ୍କୁଜନ୍ମ ଦେଲେ ୨୪ ବର୍ଷୀୟା ମହିଳା

ହରିୟାଣା: ହରିୟାଣାର ସିରସାରେ ଜଣେ ୨୪ ବର୍ଷୀୟା ମହିଳା ଏକସଙ୍ଗରେ ୪ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ପୁଅ ଓ ଦୁଇଜଣ ଝିଅ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଜଣକ ପ୍ରଥମ ଥର ଲାଗି ମା’ ହୋଇଛନ୍ତି । ପ୍ରସବ ପରେ ପିଲାମାନଙ୍କ ସହିତ ମା’ ସୁସ୍ଥ ଥିବା ସୂଚନା ମିଳିଛି । ମହିଳା ଏକସଙ୍ଗରେ ୪ଟି ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାମୀ ଏହାକୁ ଚମତ୍କାର ବୋଲି କହିଛନ୍ତି ।
୨୦୨୪ରେ ସିରସା ଟିଟୁ ଖେଡ଼ା ଗାଁର ସୋନୁଙ୍କର ବିବାହ କେଶୁପୁରା ଗାଁର ରଜ୍ଜୋଙ୍କ ସହ ହୋଇଥିଲା । ସୋନୁ ଚାଷବାଷ ସହିତ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ପରିବାରରେ ମୋଟ ୬ ଜଣ ସଦସ୍ୟ ଅଛନ୍ତି । ସୋନୁ କହିଛନ୍ତି, ଗର୍ଭାବସ୍ଥାର ତୃତୀୟ ସପ୍ତାହରେ ସେ ରଜ୍ଜୋଙ୍କୁ ସିର୍‌ସାର ସରକାରୀ ହସ୍ପିଟାଲକୁ ନେଇ ଯିବାରୁ ଡାକ୍ତରମାନେ ଅଲଟ୍ରାସାଉଣ୍ଡ କରି ୩ଜଣ ପିଲା ଥିବା କହିଲେ । ବିଶ୍ୱାସ ନ ହେବାରୁ ସେମାନେ ୨-୩ଥର ଘରୋଇ ହସ୍ପିଟାଲରେ ମଧ୍ୟ ଯାଞ୍ଚ କରାଇଥିଲେ । ସେଠାରେ ଡାକ୍ତରମାନେ ୩ ନୁହଁ, ୪ଟି ପିଲା ଥିବା କହିଥିଲେ । ମା’ଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ହେବ ବୋଲି ବି ବୁଝାଇଥିଲେ । ମେ ୧୪ରେ ରଜ୍ଜୋଙ୍କୁ ସିରସାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ତାଙ୍କର ସିଜରିଆନ୍‌ ପ୍ରସବ ହୋଇଥିଲା । ପ୍ରସବର ୩ ଦିନ ପରେ ରଜ୍ଜୋଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା । କିନ୍ତୁ ପିଲାଙ୍କୁ ହସ୍ପିଟାଲର ନର୍ସରୀରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ରଜ୍ଜୋଙ୍କ ଷ୍ଟିଚ୍‌ରେ ଦରଜ ହେବାରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍‌ ୪ରେ ପିଲାଙ୍କ ସହିତ ରଜ୍ଜୋଙ୍କୁ ଡିସ୍‌ଚାର୍ଜ ମିଳିଛି ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ