ମହାତ୍ମା ଗାନ୍ଧୀ ମାର୍ଗରେ ବିଜେଡ଼ିର ପାଓ୍ବାର ଶୋ’

ଭୁବନେଶ୍ବର: ବିକାଶ ବାହନ ବନାମ ଜନ ଜାଗରଣ । ମହାତ୍ମା ଗାନ୍ଧୀ ମାର୍ଗରେ ବିଜେପି ସରକାର ଓ ବିରୋଧୀ ବିଜେଡ଼ିର ପାଓ୍ବାର ଶୋ’ । ବିଜେପିର ସଭାସ୍ଥଳରୁ ମାତ୍ର ୫୦୦ ମିଟର ଦୂରରେ ବିଜେଡ଼ିର ବିକ୍ଷୋଭ । ବିଜେଡ଼ିର ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ସାମିଲ । ସରକାର ବିରୋଧୀ ନାରା ଦେଇ ପ୍ରତିବାଦ କରିଛି ବିଜେଡି । ଗୋଟିଏ ବର୍ଷରେ କିଭଳି ଲୋକ ମାନେ ପ୍ରତାରଣାର ଶିକାର ହୋଇଛନ୍ତି ସେଥିପାଇଁ ଲୋକଙ୍କୁ ଅବଗତ କରିବ ଦଳ । ବିଜେଡିର ଜନ ଜାଗରଣ ଅଭିଯାନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଛି । ବିଜେଡ଼ି ଅଭିଯୋଗ କରିଥିଲା ଯେ, ସରକାର କାମ ନକରି କେବଳ ସ୍ଲୋଗାନ ଏବଂ ଭାଷଣବାଜିରେ ମାତିଛନ୍ତି । କରନି ବ୍ଲକ୍‌ରେ ଗାଣ୍ଡୁଆଏ ମାଟି ବି ପଡ଼ିନାହିଁ । କେବଳ ବିଜେଡ଼ି ସରକାର କରିଯାଇଥିବା କାର୍ୟ୍ୟରେ ରଙ୍ଗ ମାରିଛନ୍ତି । ଏହି ଜନ ଜାଗରଣ ସବୁ ଗାଁକୁ ନେବ ବିଜେଡ଼ି ।
ତେବେ ବିକ୍ଷୋଭ ବେଳେ ପୋଲିସ ବ୍ୟାରିକେଡ଼ ଭାଙ୍ଗି ଲୋକସେବା ଭବନକୁ ଧସେଇ ପଶିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ । ସମସ୍ତ କର୍ମୀଙ୍କୁ ଉଠାଇନେଲା ପୋଲିସ ।

  • Garvita Odia

    Related Posts

    ହଇଜା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

    ଭୁବନେଶ୍ବର: ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ପରିଚାଳିତ ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ କେନ୍ଦୁଝର, ଯାଜପୁର, ଭଦ୍ରକ, ପୁରୀ ଓ କଟକରେ ଡାଇରିଆ ଓ ହଇଜା ସଂକ୍ରମଣ ବ୍ୟାପିଚାଲିଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

    ୫୦ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୋଦୀ

    ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଆସନ୍ତା ୨୦ତାରିଖ ଅପରାହ୍‌ଣ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହିଠାରୁ ଜନତା ମଇଦାନ ପର୍ୟ୍ୟନ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର