ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୋଦୀ

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରପୋର୍ଟରୁ ଟେକଅଫ୍ କରିବାର କିଛି ମିନିଟ୍ ପରେ ବିମାନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ଥିଲେ। ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ଏକ ହୃଦୟ ବିଦାରକ ଦୁର୍ଘଟଣା ଏବଂ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ସେ ନିଜ ମନ୍ତ୍ରୀମଣ୍ଡଳ ଓ ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି।
ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାକୁ ନେଇ ଏକ୍ସରେ ଲେଖିଛନ୍ତି, ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ମୁଁ ସ୍ତବ୍ଧ ଓ ଦୁଃଖିତ। ଦୁର୍ଘଟଣାମକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଏହି ଦୁଃଖର ସମୟରେ ମୋର ପ୍ରଭାବିତ ପରିବାରଙ୍କ ପ୍ରତି ସମବେଦନା ରହିଛି। ମୁଁ ମନ୍ତ୍ରୀ ଓ ଅଧିକାରୀଙ୍କ ଯୋଗାଯୋଗରେ ରହିଛି। ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଦେବାକୁ କୁହାଯାଇଛି। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ପ୍ରଧାନମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି।
ସୂଚନା ଅନୁଯାୟୀ, ବିମାନରେ ବ୍ରିଟେନର ୫୩, ପର୍ତ୍ତୁଗାଲର ୭ ଓ କାନାଡ଼ାର ଜଣେ ଯାତ୍ରୀ ଥିଲେ। ବାକି ସବୁ ଯାତ୍ରୀ ଭାରତୀୟ ନାଗରିକ ଥିଲେ। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ନାଁ ସମେତ ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଭାରତର ମୋଟ୍ ୧୬୯ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ୫୦ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ମୃତଦେହର ଚିହ୍ନଟ ହୋଇ ପାରିନି। ୧.୩୮ ମିନିଟରେ ଏୟାର ଇଣ୍ଡିଆର ବିମାନ AI171 ଲଣ୍ଡନ ଅଭିମୁଖେ ଯାତ୍ରା ପାଇଁ ଟେକ୍ ଅଫ୍ କରିଥିଲା। ହେଲେ ଏହାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ ବିମାନ ବନ୍ଦର ନିକଟସ୍ଥ ମେଘାନନଗର ଅଞ୍ଚଳରେ ବିମାନ ଖସି ପଡି ଏକ ମେଡିକାଲ୍ କୋଠାରେ ଧକ୍କା ହୋଇଛି।

  • Garvita Odia

    Related Posts

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୭ ଜନଗଣନା ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ଦେଶରେ ଜନଗଣନା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ ପରେ ପ୍ରଥମଥର ପାଇଁ ଦେଶରେ ଜନଗଣନା ହେବ।…

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ନୂଆଦିଲ୍ଲୀ: ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରିନଥିଲା । ମଝି ଆକାଶରୁ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର