ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ଅହମ୍ମଦାବାଦ ଯାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିମାନ ଦୁର୍ଘଟଣାର ଆହତମାନଙ୍କୁ ଭେଟିଛନ୍ତି। ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବିଶ୍ଵାସ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଭେଟି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପୁ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଉପସ୍ଥିତ ଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗତ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୪୦ରେ ଏୟାରଇଣ୍ଡିଆ ଏ-୧୭୧ ବିମାନ ଉଡ଼ାଣ ଆରମ୍ଭ କରିବାର ୫ ମିନିଟ ଭିତରେ ବିମାନବନ୍ଦର ନିକଟ ଜନବସତିରେ ଖସିପଡ଼ିଥିଲା। ଜନବସତିରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ କୋଠା ଉପରେ ବିମାନ ଖସିପଡ଼ିଥିଲା। ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଯାତ୍ରୀ ଏବଂ ହଷ୍ଟେଲରେ ମଧ୍ୟାହ୍ନଭୋଜନ କରୁଥିବା ୨୪ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପୂର୍ବରୁ ଜଣେ ଯାତ୍ରୀ ବିମାନରୁ ଡେଇଁପଡ଼ି ଜୀବନ ବଞ୍ଚାଇଥିଲେ। ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

  • Garvita Odia

    Related Posts

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୭ ଜନଗଣନା ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ଦେଶରେ ଜନଗଣନା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ ପରେ ପ୍ରଥମଥର ପାଇଁ ଦେଶରେ ଜନଗଣନା ହେବ।…

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ନୂଆଦିଲ୍ଲୀ: ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରିନଥିଲା । ମଝି ଆକାଶରୁ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର