ସ୍ବାମୀଙ୍କ ଶାରୀରିକ ଦୁର୍ବଳତାକୁ ନେଇ ଅପଶବ୍ଦ ବିବାହ ବିଚ୍ଛେଦ ପାଇଁ ପର୍ୟ୍ୟାପ୍ତ: ହାଇକୋର୍ଟ

କଟକ: ସ୍ବାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା। ବିବାହ ବିଚ୍ଛେଦ ନିର୍ଦ୍ଦେଶ ପ୍ରଦାନ ପାଇଁ ଏପରି କାରଣ ପର୍ୟ୍ୟାପ୍ତ ଆଧାର ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ବି‌ଚ୍ଛେଦ ସପକ୍ଷରେ ପୁରୀ ପରିବାର ଅଦାଲତ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ୍‌ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଶାରୀରିକ ଦୁର୍ବଳତା ପ୍ରସଙ୍ଗରେ ସ୍ବାମୀଙ୍କ ବିରୋଧରେ ପତ୍ନୀ ଏପରି ମନ୍ତବ୍ୟ ଦେବା ତାଙ୍କୁ ମାନସିକ କଷ୍ଟ ଦେଉଥିବ। ଏପରି ବ୍ୟବହାର ସ୍ବାମୀଙ୍କ ପ୍ରତି ପତ୍ନୀଙ୍କ ଚିନ୍ତାଧାରା ଓ ସମ୍ମାନକୁ ପ୍ରକାଶ କରୁଛି। ସ୍ବାମୀ-ସ୍ତ୍ରୀ ସଂପର୍କରେ ଶାରୀରିକ ଦୁର୍ବଳତା ସତ୍ତ୍ବେ ସ୍ବାମୀଙ୍କୁ ପତ୍ନୀ ସମର୍ଥନ ଦେବେ ବୋଲି ଆଶା କରାଯାଏ। ଏହି ମାମଲାରେ ସ୍ବାମୀଙ୍କ ଶାରୀରିକ ଦୁର୍ବଳତା ପାଇଁ ପତ୍ନୀ ଆକ୍ଷେପ କରିବା ସହିତ କଟୁ ଟିପ୍ପଣୀ ଦେଉଥିବା ସ୍ପଷ୍ଟ ହୋଇଛି। ମାନସିକ ନୃଶଂସତା ଆଧାରରେ ପୁରୀ ପରିବାର ଅଦାଲତ ବିବାହ ବିଚ୍ଛେଦ ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଅନ୍ୟପକ୍ଷରେ ପତି-ପତ୍ନୀଙ୍କ ଆୟ ସଂପର୍କିତ କୌଣସି ତଥ୍ୟ ମାମଲାର ରେକର୍ଡରେ ନଥିଲା। ଏଭଳି ସ୍ଥିତିରେ ହିନ୍ଦୁ ବିବାହ ଆଇନ ଅନୁସାରେ ପତ୍ନୀ ସ୍ଥାୟୀ ଭରଣ‌ପୋଷଣ ମଞ୍ଜୁର ଓ ସ୍ତ୍ରୀଧନ ଫେରସ୍ତ ଦାବି ପ୍ରସଙ୍ଗକୁ ପରିବାର ଅଦାଲତରେ ଉଠାଇ ପାରି‌ବେ ବୋଲି ହାଇ‌ୋକାର୍ଟ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ପତ୍ନୀଙ୍କ ଦ୍ବାରା ନିର୍ୟାତିତ ବୋଲି ଅଭିଯୋଗ କରିଥିଲେ। ୨୦୧୬ରେ ବିବାହ ହୋଇଥିବା ବେଳେ ୨୦୧୯ରେ ସ୍ବାମୀ ପୁରୀ ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ଶାରୀରିକ ଦୁର୍ବଳତା ପ୍ରସଙ୍ଗକୁ ନେଇ ପତ୍ନୀ ଆକ୍ଷେପ କରିବା ସହିତ କଟୁ ଶବ୍ଦ ପ୍ରଯୋଗ କରି ମନ୍ତବ୍ୟ ଦିଅନ୍ତି ବୋଲି ସ୍ବାମୀ ଅଭିଯୋଗ କରିଥିଲେ। ଅଦାଲତରେ ସାକ୍ଷ୍ୟ ଗ୍ରହଣ ବେଳେ ସ୍ବାମୀ ମଧ୍ୟ ତାଙ୍କ ବୟାନରେ ସମାନ କଥା କହିଥିଲେ। ସ୍ବାମୀଙ୍କ ଏପରି କଥାକୁ ଭୁଲ ବୋଲି ଅଦାଲତରେ ପ୍ରମାଣ କରାଯାଇ ପାରି ନଥିଲା। ପରିବାର ଅଦାଲତ ବିବାହ ବିଚ୍ଛେଦ ପାଇଁ ୨୦୨୩ରେ ରାୟ ଦେଇଥିଲେ। ପତ୍ନୀଙ୍କୁ କୌଣସି ସ୍ଥାୟୀ ଭରଣପୋଷଣ ମଞ୍ଜୁର ନ କରି ପରିବାର ଅଦାଲତ ବିବାହ ବିଚ୍ଛେଦ ରାୟ ପ୍ରଦାନ କରିଥିବାରୁ ଏପରି ରାୟକୁ ବିରୋଧ କରି ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

  • Garvita Odia

    Related Posts

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    ୨୦ରୁ ଖୋଲିବ ସ୍କୁଲ

    ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ । ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର