ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭଦ୍ରକ: ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା। ଭଦ୍ରକରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଥିଲା। ପରବର୍ତ୍ତୀ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି (ଗୁରବାର) ସକାଳ ୬ ଟା ଠାରୁ ଆଜି (ଶୁକ୍ରବାର) ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଭଦ୍ରକରେ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ। ମୁଖ୍ୟତଃ ଭଦ୍ରକ ସହର, ବ୍ଲକ ଅଞ୍ଚଳ, ଧାମନଗର ସହର, ଧାମନଗର ବ୍ଲକ ସହିତ ତିହିଡି଼ ବ୍ଲକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା।ତେବେ ସମ୍ପ୍ରତି ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଥିବା ସହିତ ସ୍ୱାଭାବିକ ଥିବାରୁ ଇଣ୍ଟରନେଟ ସେବାକୁ ପ୍ରଶାସନ ପକ୍ଷରୁ ପୁଣି ଥରେ ଆରମ୍ଭ କରାଯାଇଛି ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ, ମୁଖ୍ୟ ଉନୟନ ଅଧିକାରୀ, ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ରାତ୍ରି କାଳୀନ ପାଟ୍ରୋଲିଙ୍ଗକୁ କଡାକଡି ରଖାଯାଇଛି।ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ଯେ ‘‘ସୋସିଆଲ ମିଡିଆ ଦ୍ବାରା କାଳେ କିଛି ସମସ୍ୟା ଉପୁଜିବ ସେଥିପାଇଁ ଆମେ ଇଣ୍ଟରନେଟ ସେବା ବନ୍ଦ କରିଥିଲୁ । ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବି ଯେ ସମସ୍ତେ ଆମକୁ ସହଯୋଗ କରିଛନ୍ତି । ଦାୟିତ୍ବବାନ ବ୍ୟକ୍ତିକ୍ବ ରୂପେ ସମସ୍ତେ ସାହାଯ୍ୟ କରିଥିବାରୁ ସ୍ଥିତି ଏବେ ସ୍ବାଭାବିକ ହୋଇଛି’’ ।

ତେବେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ଚଳିତ ମାସ ୧୧ ତାରିଖ ଦିନ ହେବା ପରେ ଏହାକୁ ନେଇ ଭଦ୍ରକ ଜିଲ୍ଲାରେ ଚାପା ଉତେଜନା ସ୍ଥିତି ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ସମ୍ଭାବ୍ୟ ବିବାଦୀୟ ଉତ୍ତେଜନା ମୂଳକ ପୋଷ୍ଟକୁ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା।

  • Garvita Odia

    Related Posts

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    ୨୦ରୁ ଖୋଲିବ ସ୍କୁଲ

    ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ । ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

    ବିମାନ ଦୁର୍ଘଟଣା: ୩୩ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର