୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

ନୂଆଦିଲ୍ଲୀ : ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ ଫାସ୍‌ ଟ୍ୟାଗ୍ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।
କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟରରେ ଲେଖିଛନ୍ତି, “ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ୧୫ ଅଗଷ୍ଟ ୨୦୨୫ ଠାରୁ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ବୈଧ ରହିବ । ଏହି ପାସ୍ ବିଶେଷ ଭାବରେ କେବଳ ନନ୍ କମର୍ସିଆଲ ଭେଇକିଲ୍ ବା ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି । ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ। ସେ ପୋଷ୍ଟରେ ଲେଖିଛନ୍ତି, ବାର୍ଷିକ ପାସ୍ ସକ୍ରିୟକରଣ / ନବୀକରଣ ପାଇଁ ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟରେ ଖୁବ୍ ଶୀଘ୍ର ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ । ଯାହା ପ୍ରକ୍ରିୟାକୁ ସରଳ ଏବଂ ସହଜ କରିବ।

ଗଡକରୀ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ FASTag ପାସ୍ ଅପେକ୍ଷା ସମୟକୁ ହ୍ରାସ କରିବ। ସେ କହିଛନ୍ତି, ଅପେକ୍ଷା ସମୟ ହ୍ରାସ କରିବା ସହ ଭିଡ଼ ହ୍ରାସ କରିବ । ଟୋଲ୍ ପ୍ଲାଜାରେ ବିବାଦ ଦୂର କରିବାର ସହାୟକ ହେବ । ବାର୍ଷିକ ପାସ୍ ନୀତି ଲକ୍ଷ ଲକ୍ଷ ବ୍ୟକ୍ତିଗତ ଯାନବାହାନ ଚାଳକଙ୍କ ପାଇଁ ଏକ ଦ୍ରୁତ, ସୁଗମ ଓ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇଁ ପ୍ରତିବଦ୍ଧ ।

  • Garvita Odia

    Related Posts

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥରେ ବଡ ଅଘଟଣ । କେଦାରନାଥ ଯାତ୍ରା କରୁଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ…

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଟ୍ରମ୍ପଙ୍କ ପ୍ରଥମ କଥାବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ଲମ୍ୱା କଥାବାର୍ତ୍ତା ହୋଇଥିଲେ ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ