ବେଳାଭୂମି ଗଣଦୁଷ୍କର୍ମ ମାମଲା: ଦୁଇଦିନ ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌

ଗୋପାଳପୁର: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍‌ରେ । ଅନ୍ୟ ୪ ଜଣ ନାବାଳକ ବାଳ ସୁଧାର ଗୃହରେ ଅଛନ୍ତି । ଏହି ମାମଲାର ତନାଘନା ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । କ୍ରାଇମ୍‌ବ୍ରାଞ୍ଚ୍‌ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରିବାକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ପରିସରରେ ଥିବା ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌ ଆଣ୍ଡ୍‌ ଏଲ୍‌ଟିଭି) ଅନ୍ୱେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିଲେ । ଏନେଇ କୋର୍ଟ ଅନୁମତି ଦେଇଛନ୍ତି ।

ତଦନ୍ତ ଅଧିକାରୀ ଶୁକ୍ରବାର ଓ ଶନିବାର ଦୁଇଦିନରେ ଟିଆଇ ପରେଡ୍‌ କରିବେ ବୋଲି ସୂଚନା ମିଳିଛି । ଜେଲ୍‌ରେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ପୀଡ଼ିତା । ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଟିଆଇ ପରେଡ୍‌ରେ ରହିବେ ବୋଲି ଜଣାପଡ଼ିଛି । ବିଏନ୍‌ଏସ୍‌ଏସ୍‌ ଧାରା ୧୮୩ ଅନୁସାରେ ଉପରୋକ୍ତ କୋର୍ଟରେ ଗୁରୁବାର ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ ହୋଇସାରିଛି । ଘଟଣା ସମ୍ପର୍କରେ କୋର୍ଟରେ ଉଭୟେ ବୟାନ ଦେଇଛନ୍ତି । ଏହାସହ ଗୋପାଳପୁରର ଜଣେ ରେଷ୍ଟୁରାଣ୍ଟ୍‌ ମାଲିକଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା କଣ୍ଡୋମ୍‌ ଜବତ ହୋଇଛି । ତାହାକୁ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଛି । ତଦନ୍ତ ଚାଲିଥିବାରୁ ଅଧିକାରୀମାନେ କିଛି କହିନାହାନ୍ତି । ତେବେ ଦୁଷ୍କର୍ମ ସମୟରେ ଅଭିଯୁକ୍ତମାନେ ଦୁଷ୍କର୍ମ ପୂର୍ବରୁ ପ୍ରିକସନ ନେଇଥିବା ଏଫ୍‌ଏମ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଦୀପା ଦାଶ କହିଛନ୍ତି ।

  • Garvita Odia

    Related Posts

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ଉଦଳା: ସାଙ୍ଗ ସାଜିଲା ସୈତାନ୍‌ । ଘରକୁ ଡ଼ାକିନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଦଳା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଵିଲ ହିଡ଼ରେ ବେକକୁ ହାଣି ଲହୁଲୁହାଣ କରିଛି ସାଙ୍ଗ…

    ଓଲିଉଡ ଅଭିନେତା ଗିରଫ

    ଭୁବନେଶ୍ବର: ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ‘ବଦମାସ ଟୋକା’ ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ସାଙ୍ଗ ସାଜିଲା ସୈତାନ୍‌  :  ଘରକୁ ଡାକିନେଇ ଆକ୍ରମଣ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ମନ୍ତ୍ରିମଣ୍ଡଳ  ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ଓଲିଉଡ ଅଭିନେତା ଗିରଫ

    ଓଲିଉଡ ଅଭିନେତା  ଗିରଫ