
ଝାରସୁଗୁଡ଼ା : ତୃତୀୟ ଦିନରେ ଆୟକର ବିଭାଗର ରେଡ୍ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ତୃତୀୟ ଦିନରେ ଚଢାଉ ଜାରି ରହିଛି ।
ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ନବ ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଶୁକ୍ରବାର ବି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଆୟକର ବିଭାଗ । ଏହିକ୍ରମରେ ଶନିବାର ମଧ୍ୟ ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଛି ଆୟକର ବିଭାଗ । ଯେଉଁଥିରେ ୧୨୦ରୁ ଅଧିକ ଆୟକର ଅଧିକାରୀ ସାମିଲ ଅଛନ୍ତି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଝାରସୁଗୁଡ଼ାରେ ୩ଟି, ସମ୍ବଲପୁରରେ ୪ଟି, ସୁନ୍ଦରଗଡ଼ରେ ୨ଟି ସହ ଭୁବନେଶ୍ୱର, ନୂଆଦିଲ୍ଲୀ ରହିଛି । ଚଢାଉ ସମୟରେ ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ଅନେକ ସ୍ଥାନରେ ସିଆର୍ପିଏଫ୍ ଯବାନ ନିୟୋଜିତ ହୋଇଛନ୍ତି ।