ବିଷାକ୍ତ ଦେଶୀ ମଦ ପିଇ ୨ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ମଦ ମୃତ୍ୟୁ ଅଭିଯୋଗ । ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମରେ ବିଷାକ୍ତ ଦେଶୀ ମଦ ପିଇ ଶନିବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ କଟକରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ବମ୍ପା ଗ୍ରାମର ମନ୍ମଥ ସାମଲ ଓ ପ୍ରଫୁଲ ସମାଲ । ଗୁରୁତରମାନେ ହେଲେ ସୁଶାନ୍ତ ମାଝୀ,ରାହସ ମାଝୀ ।ଶୁକ୍ରବାର ଅପରାହ୍ନରେ ସେମାନେ ଦେଶୀ ମଦ ପିଇ ଥିଲେ । ତେବେ ପିଇବା ପରେ ଛାତି ବିନ୍ଧିବା ସହିତ ଅଣନିଶ୍ବାସୀ ହୋଇ ବାନ୍ତି ହୋଇଥିଲା ବୋଲି ଚିକିତ୍ସିତ ହେଉଥିବା ସୁଶାନ୍ତ ମାଝୀ କହିଛନ୍ତି। ତେବେ ବମ୍ପା ଗ୍ରାମରେ ଚଳିତ ସପ୍ତାହରେ ଏହି ଦୁଇଜଣଙ୍କୁ ମିଶାଇ ୭ଜଣଙ୍କର ଏହି ଦେଶୀ ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୁରେଶ ପାତ୍ର, ଦୟାନିଧି ସେଠି, ଗୌରା ମାଝୀ, ଡ୍ରାଇଭର ଭୋଇ ଓ ସୁରେଶ ପାତ୍ର । ସମସ୍ତଙ୍କ ବୟସ ୪୫ରୁ ୫୫ମଧ୍ୟରେ ହେବ ବୋଲି ଜଣାପଡିଛି ।

  • Garvita Odia

    Related Posts

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…

    ମହିଳା ହେଲପଲାଇନ ନଂ-୧୮୧

    ଭୁବନେଶ୍ୱର:: ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧