ପରଲୋକରେ ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘଦିନ ଧରି ଅସୁସ୍ଥତା ଥିବା କୋଟା ଶ୍ରୀନିବାସଙ୍କ ଆଜି (ରବିବାର) ସକାଳେ ହାଇଦ୍ରାବାଦର ଜୁବଲି ହିଲ୍ସର ଫିଲ୍ମ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ୩ ଦିନ ପୂର୍ବରୁ ସେ ତାଙ୍କ ୮୩ତମ ଜନ୍ମଦିନ ପାଳନ କରିଥିଲେ । କୋଟା ଶ୍ରୀନିବାସଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।କୋଟା ଶ୍ରୀନିବାସ ରାଓ ୧୦ ଜୁଲାଇ, ୧୯୪୨ରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହର ଉପକଣ୍ଠ କାଙ୍କିପାଡୁ ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ତେଲୁଗୁ ସିନେମା ଏବଂ ଥିଏଟରରେ କାମ କରିଥିଲେ । ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖାରିଡୁ’ ସହିତ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ କେବେ ପଛକୁ ଫେରି ନଚାହିଁ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ରେରେ କାମ କରିଥିଲେ । ବରିଷ୍ଠ ଅଭିନେତା ଜଣଙ୍କ ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟଲମ ସମେତ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଶେଷଥ ପାଇଁ ୨୦୨୩ ମସିହାରେ ରିଲିଜ ତେଲୁଗୁ ଚଳଚ୍ଚିତ୍ର ସୁବର୍ଣ୍ଣ ସୁନ୍ଦରୀରେ ସେ ଅଭିନୟ କରିଥିଲେ । ମୁଖ୍ୟତଃ ଖଳନାୟକ ଚରିତ୍ରରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଥିଲେ ।କୋଟା ଶ୍ରୀନିବାସ ରାଓଙ୍କୁ ୨୦୧୫ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ପ୍ରଶଂସନୀୟ ଅଭିନୟ ପାଇଁ ଅନେକ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୧୯୯୯ରୁ ୨୦୦୪ ପର୍ୟ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜୟୱାଡା ବିଧାୟକ ଭାବରେ କାର୍ୟ୍ୟ କରିଥିଲେ ।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧