ସୁରକ୍ଷା ପାଇଁ ନିବେଦନ କଲେ ସସ୍‌ପେଣ୍ଡ ଅଧ୍ୟକ୍ଷ

ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ ଘଟଣାରେ ସସ୍‌ପେଣ୍ଡ ଅଧ୍ୟକ୍ଷ ସୁରକ୍ଷା ମାଗିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଦିଲ୍ଲୀପ ଘୋଷ କହିଛନ୍ତି । ବଡ଼ ଘଟଣା ଘଟିଛି । କାହା ମନରେ କ’ଣ ଥିବ, ବିପଦ ଅଛି । ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସେ ସୁରକ୍ଷା ମାଗିଛନ୍ତି । ଶନିବାର ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗର HOD ସମୀର ସାହୁ ସସ୍‌ପେଣ୍ଡ କରାଯାଇଥିଲା । ଉଭୟଙ୍କୁ ସସ୍‌ପେଣ୍ଡ କରିଥିଲେ ଉଚ୍ଚଶିକ୍ଷା ବିଭାଗ । କାର୍ୟ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡ଼ି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ୟାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ହୋଇଥିଲେ । ପରେ ତାଙ୍କୁ ଏଚ୍‌ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ । ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । କିଏ ଜାଣିଥିଲା ନ୍ୟାୟ ମିଳିବା ବିଳମ୍ବ ହେଲେ ସେ ଆତ୍ମହତ୍ୟା କରିବେ ବୋଲି । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।

  • Garvita Odia

    Related Posts

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…

    ମହିଳା ହେଲପଲାଇନ ନଂ-୧୮୧

    ଭୁବନେଶ୍ୱର:: ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧