ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସର ସୁରକ୍ଷା ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ଏମ୍ସ ଯାଏଁ କାରକେଡ୍‌ ରିହର୍ସାଲ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ୱର ଏମ୍ସ ପରିସର ସମେତ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିୟମରେ ତନ୍ନତନ୍ନ କରି ସୁରକ୍ଷା ଯାଞ୍ଚ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା ଜାରି ହୋଇଛି । ସୋମବାର ଓ ମଙ୍ଗଳବାର ସନ୍ଧ୍ୟାରେ କୌଣସି ଭାରୀଯାନ ଭୁବନେଶ୍ୱର ଭିତରକୁ ପଶିପାରିବନି ବୋଲି କମିଶନରେଟ୍‌ ପୁଲିସ ସୂଚାଇଛି । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନଗୁଡିକ ପିତାପଲ୍ଲୀ ଛକରୁ ଚନ୍ଦକା ଦେଇ କଟକ ଛୁଇଁବ । କଟକ ପଟୁ ଆସୁଥିବା ଭାରୀଯାନ ବାଲିକୁଦା ଛକରୁ ଚନ୍ଦକା ଦେଇ ପିତାପଲ୍ଲୀରେ ବାହାରିବ ।

ସୋମବାର ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବିମାନବନ୍ଦରରେ ଓହ୍ଲାଇବା ପରେ ସିଧା ଏମ୍‌ସକୁ ଯିବେ । ଏୟାରପୋର୍ଟ ଛକରୁ କାରକେଡ୍‌ଟି କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ଜୟଦେବବିହାରରେ ପହଞ୍ଚିବ । ସେଠାରୁ ଏନ୍‌ଏଚ୍‌ ୧୬ ଦେଇ ରାଷ୍ଟ୍ରପତିଙ୍କ କାରକେଡ୍‌ ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ରେ ଓହ୍ଲାଇ କସ୍‌ମୋପଲିସ୍‌ ଛକ, ଏମ୍‌ସ ଅଣ୍ଡରପାସ୍‌ ଦେଇ ଏମ୍‌ସ ହସ୍ପିଟାଲରେ ପହଞ୍ଚିବ । ସନ୍ଧ୍ୟା ୫ଟାରୁ ୧୦ ମିନିଟ୍‌ରୁ ୫ଟା ୫୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବ ।ଏମ୍‌ସରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ରାଜଭବନକୁ ଯାଇ ରାତ୍ରୀଯାପନ କରିବେ । ଏଥିପାଇଁ ଏମ୍ସ ହସ୍ପିଟାଲରୁ କାରକେଡ୍‌ ବାହାରି ଆଇଗିଣିଆ ଅଣ୍ଡରପାସ ଦେଇ କସ୍‌ମୋପଲିସ୍‌ ଛକରେ ଏନ୍‌ଏଚ୍‌-୧୬କୁ ଉଠି କ୍ରାଉନ୍‌ ହୋଟେଲର ସର୍ଭିସ ରୋଡ ଦେଇ ନିୟୁ ପାଲହାଇଟ୍‌ କଟ୍‌ ଦେଇ ୟୁ-ଟର୍ଣ୍ଣ ନେବ । ଏହାପରେ ରାଷ୍ଟ୍ରପତି ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ପାୱାର ହାଉସ୍‌ ଛକ ଦେଇ ରାଜଭବନକୁ ଯିବେ । ଏଥିପାଇଁ ସନ୍ଧ୍ୟା ସାଢ଼େ ୬ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବାକୁ ପୁଲିସ ନିଷ୍ପତ୍ତି ନେଇଛି ।
ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରାଜଭବନରୁ ରାଷ୍ଟ୍ରପତି ବାହାରି ପାୱାରହାଉସ୍‌ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବବିହାର ଛକରୁ ବାମ ମୋଡ଼ ଦେଇ ନୂଆପଲ୍ଲୀ ଅଣ୍ଡରପାସରୁ ୟୁ-ଟର୍ଣ୍ଣ ନେଇ ଏନ୍‌ଏଚ୍‌-୧୬କୁ ଛୁଇଁ କଟକ ଲିଙ୍କ ରୋଡରେ ପହଞ୍ଚିବେ । ସକାଳ ସାଢ଼େ ୯ଟାରୁ ରାଷ୍ଟ୍ରପତିଙ୍କ ଯିବା ଯାଏଁ ଏହି ରାସ୍ତାକୁ ବନ୍ଦ ରଖାଯିବ । ଅପରାହ୍ଣ ୪ଟା ୫୦ ମିନିଟ୍‌ରେ ରାଷ୍ଟ୍ରପତି କଟକ ଇଣ୍ଡୋର ଷ୍ଟାଡିୟମରୁ ବାହାରି ଏନ୍‌ଏଚ୍‌-୧୬ରେ ଜୟଦେବ ବିହାରରେ ପହଞ୍ଚି ଭୁବନେଶ୍ୱର ବିମାନବନ୍ଦରକୁ ଯିବେ । ଏଥିପାଇଁ ସନ୍ଧ୍ୟା ୬ଟା ୧୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବ ।

  • Garvita Odia

    Related Posts

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…

    ମହିଳା ହେଲପଲାଇନ ନଂ-୧୮୧

    ଭୁବନେଶ୍ୱର:: ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧