
ନୂଆଦିଲ୍ଲୀ: ବେଙ୍ଗାଲୁରୁର ୪୦ ସ୍କୁଲ୍କୁ ବୋମା ଧମକ। ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍କୁ ଶୁକ୍ରବାର ଇମେଲ୍ ଯୋଗେ ବୋମା ଧମକ ମିଳିଛି। ଏହାପରେ ସମସ୍ତ ସ୍କୁଲରେ ଯାଞ୍ଚ ଆରମ୍ଭ କରାଯାଇଛି।ରାଜାରାଜେଶ୍ୱରୀ ନଗର ଏବଂ କେଙ୍ଗେରୀ ସମେତ ବିଭିନ୍ନ ଅଞ୍ଚଳର ସ୍କୁଲଗୁଡ଼ିକ ଏହି ଅଜ୍ଞାତ ମେସେଜ ଦ୍ୱାରା ଟାର୍ଗେଟ ହୋଇଥିଲା। ସତର୍କ ସୂଚନା ହେବା ପରେ ବେଙ୍ଗାଲୁରୁ ସହର ପୋଲିସ ପ୍ରତିଷ୍ଠାନ ଗୁଡ଼ିକରେ ଅନେକ ଟିମ୍ ୟୋଜିତ କରିଥିଲା। ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିସରରେ ବ୍ୟାପକ ଯାଞ୍ଚ ସହିତ ବୋମା ନିଷ୍କ୍ରିୟକାରୀ ଦଳ କର୍ମଚାରୀମାନଙ୍କୁ ମଧ୍ୟ ସେବାରେ ନିୟୋଜିତ କରାଯାଇଥିଲା। ସ୍କୁଲ ଭିତରେ ବୋମା” ଥିବା ନେଇ ଏହି ଇମେଲ୍ ରୋଡକିଲ୍ 333@atomicmail.io ରୁ ଅନେକ ପ୍ରତିଷ୍ଠାନକୁ ପଠାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ତନାଘନା କରୁଛି ପୋଲିସ୍ ।