ଓଲିଉଡ ଅଭିନେତା ଗିରଫ

ଭୁବନେଶ୍ବର: ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ‘ବଦମାସ ଟୋକା’ ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି କମିଶନରେଟ୍ ପୋଲିସ ।
ଅଭିଯୋଗ ମୁତାବକ, ଗତ ତା.୨୬.୧୦.୨୦୨୧ ରିଖ ଦିନ ଉଦୟନ ଅପରାଜିତ, ଅଭିଯୋଗକାରୀ ସରୋଜ କୁମାର ସାହୁଙ୍କ ସହ ସାକ୍ଷାତ ପରେ ଏକ ଷ୍ଟିଲ ପ୍ରୋଜେକ୍ଟ କାର୍ୟ୍ୟର ଉନ୍ନତିକରଣ ଲାଗି ତାଙ୍କ ଠାରୁ ମୋଟ ୩୧,୫୦,୦୦୦ ଟଙ୍କା ଧାର ସୂତ୍ରରେ ଆଣିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକ ଚୁକ୍ତିପତ୍ର ମଧ୍ୟ ସ୍ଵାକ୍ଷର ହୋଇଥିଲା । ନେଇଥିବା ଧାର ଆକାର ଟଙ୍କା ମଧ୍ୟ ଫେରାଇବା ଲାଗି ଉଦୟନ ଅଭିଯୋଗକାରୀଙ୍କୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ ମଧ୍ୟ ଆଗୁଆ ଦେଇଥିଲେ । ଏକାଧିକ ବାର ଉଦୟନଙ୍କୁ ଯୋଗାଯୋଗ କରି ଧାର ଟଙ୍କା ଫେରାଇବା ଲାଗି ଅନୁରୋଧ କରିଥିଲେ ସରୋଜ । ମାତ୍ର ଉଦୟନ ଅପରାଜିତ ତାଙ୍କୁ ଟଙ୍କା ଫେରାଇ ନଥିଲେ ।

ଅନ୍ୟପଟେ ଆଗୁଆ ଦେଇଥିବା ଚେକ୍ ମଧ୍ୟ ବ୍ୟାଙ୍କରେ ଲଗାଇବା ପରେ ଆକାଉଣ୍ଟରେ ଟଙ୍କା ଅଭାବରୁ ତାହା ନାକଚ ହୋଇଯାଇଥିଲା । ସେପଟେ ଉଦୟନ ଅପରାଜିତ ଆଉ କୌଣସି ଟଙ୍କା ଫେରାଇବେ ନାହିଁ ବୋଲି ଅଭିଯୋଗକାରୀଙ୍କୁ ରୋକଠୋକ ମନା କରିଦେଇଥିଲେ । ଏପରିକି ଅଭିଯୋଗକରୀଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ସରୋଜ ସାହୁ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତ ଅଭିନେତା ଉଦୟନଙ୍କୁ ବଡଗଡ କେନାଲ ରୋଡ ନିକଟରୁ ପୋଲିସ ଉଠାଇ ନେଇଥିଲା । ପଚରାଉଚରା ବେଳେ ସେ ତାଙ୍କର ଅପରାଧ ସ୍ଵୀକାର କରିଛନ୍ତି । ପରେ ଏନେଇ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

  • Garvita Odia

    Related Posts

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ଉଦଳା: ସାଙ୍ଗ ସାଜିଲା ସୈତାନ୍‌ । ଘରକୁ ଡ଼ାକିନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଦଳା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଵିଲ ହିଡ଼ରେ ବେକକୁ ହାଣି ଲହୁଲୁହାଣ କରିଛି ସାଙ୍ଗ…

    ୪ ଗାଈଙ୍କ ଉପରେ ଏସିଡ୍ ମାଡ

    ବ୍ରହ୍ମପୁର: ମରିଗଲା ମଣିଷ ପଣିଆ, ଭୁଲିଗଲେ ମାନବିକତା । ଗାଈମାନେ ବାଡିରୁ ସାମାନ୍ୟ ଗଛ ଖାଇଦେଲା ବୋଲି ସେମାନଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଯେ, ସେମାନେ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗାଈଗୋରୁ ଜନ୍ତୁ, ବାଡିରୁ ଗଛ ଖାଇଦେବାରୁ ସେମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ