
ରାଇରଙ୍ଗପୁର : ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବେ । ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ବାସାଘୁଟୁ ଗ୍ରାମର ଅତି ସାଧାରଣ ମହିଳା ସୁରୁ ତିରିଆ ।
ସୁରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ୟ୍ୟ । ରାଇରଙ୍ଗପୁର ଡାକ ମଣ୍ଡଳର ଇନ୍ସପେକ୍ଟର ତନ୍ମୟ ସାହୁ, ବିପିଏମ୍ ଆନନ୍ଦ ରାଇଦାସ ପ୍ରମୁଖ ସୁରୁଙ୍କ ଘରେ ପହଞ୍ଚି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି । ସୁରୁ ଅବିବାହିତ ରହିଛନ୍ତି । ସିଏ ତାଙ୍କ ଭାଇ, ଭାଉଜ, ପୁତୁରା, ନାତି ନାତୁଣୀଙ୍କ ସହିତ ରୁହନ୍ତି । ଚାଷ କାର୍ୟ୍ୟ ସହିତ ଛେଳି, ଗୋରୁ ଆଦି ଗୃହପାଳିତ ପଶୁ ଚରାଇ ପରିବାରକୁ ସହାୟତା କରିଥାନ୍ତି ।