ଗାଜା: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ଅଲ୍ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକ ଙ୍କ ସମତେ ମୋଟ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନେ ହେଲେ ଆନାସ ଅଲ୍-ସରିଫ୍, ମହମ୍ମଦ କ୍ବେରିଖେ, ଇବ୍ରାହିମ ଜାହିର, ମୋମେନ ଆଲିୱା ଏବଂ ମହମ୍ମଦ ନୌଫାଲ । ଏମାନଙ୍କ ମ୍ମରୁ ଇବ୍ରାହିମ, ମୋମେନ ଓ ନୌଫାଲ ହେଉଛନ୍ତି ଫଟୋ-ସାମ୍ବାଦିକ । ମୃତକମାନେ ଅଲ୍-ସିଫା ହସ୍ପିଟାଲ ସମ୍ମୁଖରେ ଥିବା ଏକ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ଏଭଳି ଆକ୍ରମଣ କରାଯାଇଥିଲା । ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଆନାସ ଅଲ୍-ସରିଫ ପୂର୍ବରୁ ହମାସ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଲ୍ ଜଜିରା ଚ୍ୟାନେଲରେ ସାମ୍ବାଦିକ ଚାକିରି ପାଇଥିଲେ । ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍ ମ୍ମରେ ଯୁଦ୍ଧ ଲାଗିଥିବାବେଳେ ପ୍ରଥମ ଥର ଅଲ ଜଜିରା ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି । ଅବଶ୍ୟ ଏହି ଯୁଦ୍ଧରେ ୨୦୦ରୁ ଅଧିକ ସାମ୍ବାଦିକଙ୍କର ପ୍ରାଣହାନି ଘଟିସାରିଲାଣି ।
ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…