ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା ପୂର୍ବରୁ ଭାରତୀୟ ଦୂତାବାସ ଓ ଏଠାରେ ରହୁଥିବା କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣକୁ ପାକିସ୍ତାନ ବନ୍ଦ କରିଦେଇଥିଲା । ଭାରତୀୟ କୂଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିଲା । ପାକିସ୍ତାନର ଏପରି କାର୍ଯ୍ୟର ଜବାବ ଦେବାକୁ ଯାଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ କାର୍ଯ୍ୟାଳୟ ଓ ଏହାର କର୍ମଚାରୀଙ୍କ ଘରକୁ ଖବରକାଗଜ ଯୋଗାଣକୁ ଭାରତ ବନ୍ଦ କରିଦେଇଥିଲା । ଭାରତର ଏପରି ପଦକ୍ଷେପ ପରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଛି ପାକିସ୍ତାନ । ରିପୋର୍ଟ ଅନୁଯାୟୀ ସୁଇ ନଦର୍ଣ୍ଣ ଗ୍ୟାସ ପାଇପଲାଇନ ଲିମିଟେଡ (ଏସ୍ଏନଜିପିଏଲ୍) ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ଘରକୁ ଗ୍ୟାସ ପାଇପଲାଇନ ଯୋଗାଇ ଥିଲା । ଏସ୍ଏନଜିପିଏଲ୍ ଅତି ଚଢା ଦରରେ ଏହି ଗ୍ୟାସ ଯୋଗାଣ କରୁଥିଲା । ଏବେ ଏହି ଗ୍ୟାସ ଯୋଗାଣକୁ କମ୍ପାନୀ ବନ୍ଦ କରିଦେଇଛି ।
ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ବଢୁଛି ତିକ୍ତତା । ବିଳିବିଳୋଉଛି ଆତଙ୍କୀସ୍ତାନ। ପାକ୍ ସେନା ମୁଖ୍ୟ ମୁନିର ଓ ବିଲାୱାଲ ଭୁଟ୍ଟୋଙ୍କ ପରେ ଏବେ ଭାରତକୁ ଧମକ ଦେଲେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ । ଯାହା ପରେ ଘନେଇଲା ବଡ଼ ଯୁଦ୍ଧ…