
ନୂଆଦିଲ୍ଲୀ : ଦିଲ୍ଲୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ନେଇ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ କଲେଜ ସମେତ ପ୍ରାୟ ୨୦ଟି କଲେଜକୁ ଧମକପୂର୍ଣ୍ଣ ଇମେଲ୍ କରାଯାଇଛି । ପୁଲିସକୁ ଏନେଇ ଖବର ମଧ୍ୟ ଦିଆଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହେବା ସହ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଲାସି ସମୟରେ କଲେଜରୁ କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ବିସ୍ଫୋରଣ ଜିନିଷ ମିଳିନାହିଁ । ଧମକ ନକଲି ବୋଲି କୁହାଯାଉଛି । ପୁଲିସ ସନ୍ଦେହ କରୁଛି, ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଭିପିଏନ୍ର ବ୍ୟବହାର କରିଛନ୍ତି ।
ଗତ ୫ ଦିନ ମଧ୍ୟରେ ୧୦୦ରୁ ଅଧିକ ସ୍କୁଲ୍କୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ଦିଲ୍ଲୀର ସ୍କୁଲ୍, କଲେଜ ଓ ହସ୍ପିଟାଲକୁ ବାରମ୍ବାର ବୋମାରେ ଉଡାଇବାକୁ ମିଳୁଥିବା ଧମକ ଗଭୀର ଚିନ୍ତାର ବିଷୟ ସୃଷ୍ଟି କରିଛି । ୨୦ ଅଗଷ୍ଟରେ ଦିଲ୍ଲୀର ୫୦ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା ।