
ଭୁବନେଶ୍ୱ: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍ ଗୁରୁବାର ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି। ଆଇ ଆମ୍ ଡାଉନ ବଟ୍ ନଟ ଆଉଟ୍ ଏହି କଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ କହିଛନ୍ତି, ମୁଁ ଛି କହିପାରିବିନି; ଯିଏ କହିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ। ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।
୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ। ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି। ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଭାଇ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଶୋକ ପଣ୍ଡା। ସେ କହିଛନ୍ତି ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।