ନୂଆଦିଲ୍ଲୀ, 29।08: ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ ଓ ବଡ ଦାୟିତ୍ୱ ମିଳିଛି । ୩ ବର୍ଷ ପାଇଁ ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସାରିଛନ୍ତି। ସେ ଆରବିଆଇର ଗଭର୍ଣ୍ଣର ଥିବା ସମୟରେ ଦେଶରେ ବିମୁଦ୍ରାକରଣ କରାଯାଇଥିଲା। ଉର୍ଜିତ ପଟେଲଙ୍କ ଜନ୍ମ ୧୯୬୩ ମସିହାରେ କେନିଆରେ ହୋଇଥିଲା। ମାତ୍ର ତାଙ୍କ ପରିବାର ଗୁଜରାଟର। ଏହା ପୂର୍ବରୁ ସେ ଆଇଏମଏଫ ସହିତ ମଧ୍ୟ କାମ କରିଛନ୍ତି। ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇଡିଏଫସି ଲିମିଟେଡ୍, ଏମସିଏକ୍ସ ଲିମିଟେଡ୍ ଏବଂ ଗୁଜରାଟ ଷ୍ଟେଟ୍ ପେଟ୍ରୋଲିୟମ୍ କର୍ପୋରେସନ୍ ସମେତ ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି।
ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା
ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ…