ବାୟୁସେନାର ଲଢୁଆ ବିମାନ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲଢୁଆ ବିମାନଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।ସୂଚନା ଅନୁଯାୟୀ, ମିରାଜ ୨୦୦୦ ଲଢୁଆ ବିମାନଟି ଗୁରୁବାର ଅପରାହ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶିବପୁରୀର କରିରା ତହସିଲ ଅନ୍ତର୍ଗତ ସୁନାରୀ ଥାନା ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ବିମାନଟି ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଆହତ ପାଇଲଟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ