ଛୁଆ ଆଗରେ ମା’କୁ ହତ୍ୟା

କଟକ : ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଘର​‌ ଲୋକେ। ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର ସାମନ୍ତରାପୁର ଗାଁରେ। ୬ମାସର ଛୁଆ ଆଗରେ ମା’କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ପରିବାର ଲୋକେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘର ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ଶାଶୁଘର ଲୋକଙ୍କ ନାଁରେ ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଘଟଣା ପରେ ଶାଶୁଘର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସାମନ୍ତରାପୁର ଗାଁର ଏକ ବନ୍ଦ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମହିଳାଙ୍କ ବାପଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ଏହା ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବାପଘର ଲୋକ । ଉକ୍ତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି ଟାଙ୍ଗି ଥାନା ପୋଲିସ । ତଦନ୍ତ ପରେ ଘଟଣା ସମ୍ପର୍କରେ ଏଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

  • Related Posts

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ମାହାଙ୍ଗା: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବିଷ…

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ