ୟୁଟ୍ୟୁବର ତପି ମିଶ୍ର ଗିରଫ

ଭୁବନେଶ୍ବର: ପୁଣି ବିବାଦରେ ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ର । ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଧମକ । ଉତ୍ତେଜିତ ତଥା ଅପଶବ୍ଦ ପୋଷ୍ଟ କରି ଧମକ ଦେବା ଘଟଣାରେ ଏବେ ତପି ମିଶ୍ର ଓରଫ ସରୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ । ତାଙ୍କ ନାମରେ ଲାଗିଛି ବିଏନଏସର ବିଭିନ୍ନ ଧାରା । ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ତପି ମିଶ୍ର କମେଣ୍ଟ ଦେଇଥଲେ । ଏଥିରେ ଜଣେ ମହିଳା ମଧ୍ୟ ନିଜର ମତାମତ ରଖିଥିଲେ । ଏହାପରେ ତପି ମିଶ୍ର ସେହି ମତାମତରେ ମହିଳା ଜଣଙ୍କ ପ୍ରତି ଅପମାନ ଜନକ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ମହିଳା ଜଣଙ୍କ ଇନଫୋସିଟି ଥାନାରେ ତାଙ୍କ ମାନ କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ଆଧାର କରି କମିଶନରେଟ ପୋଲିସ ଏକ କେସ ରୁଜୁ କରି ତପି ମିଶ୍ରଙ୍କୁ ଗିରଫ କରିଥିଲା ।ଗିରଫ ଓ କୋର୍ଟ ଚାଲାଣ ସମୟରେ ତପି ମିଶ୍ର ପ୍ରତିକ୍ରିୟା ଦେଇଥିଲେ । ନିଜର ପ୍ରତିକ୍ରିୟା ରେ ତପି କହିଥିଲେ ଯେ, ‘ଶିବ ତାଣ୍ଡବର ଓଡି଼ଆରେ ଲେଖିବାରୁ ତାଙ୍କୁ ଏପରି ଫସାଇ ଦିଆଯାଇଛି । ଏପରିକି ତାଙ୍କ ସହ ଓଡ଼ିଶାବାସୀ ଓ ହିନ୍ଦୁ ରହିଛନ୍ତି । ଏହା ପଛରେ ଯେପରି ଷଡ଼ଯନ୍ତ୍ର କରାଯାଇଛି ।’ ଏନେଇ କିଛି ଆଇପିଏସ ଓ ଓଲିଉଡ ଗ୍ଲାମର ଦୁନିଆର କିଛି ବିବାଦିଅ ମନ୍ତବ୍ୟ ଦେଇଛନ୍ତି ।

  • Related Posts

    ଗୁଳିବିନିମୟ: ଜଣେ ନକ୍ସଲ ନିହତ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ…

    Continue reading
    ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

    ସବଡେଗା: ସୁନ୍ଦରଗଡ଼ ଟାଉନଥାନା ମିଶନ ରୋଡ଼ ସ୍ଥିତ ହରିଓମ କଲୋନିରେ ଅଘଟଣ । ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ । ସ୍ୱାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ସବଡେଗା ବ୍ଳକର ପୁର୍ବତନ ବଡ଼ ବାବୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା