ମନ୍ଦିର ପାଚେରି ଭୁଶୁଡ଼ି ୮ ମୃତ

ନୂଆଦିଲ୍ଲୀ: ସକାଳୁ ସକାଳୁ ବଡ଼ ଅଘଟଣ । ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ସୀମାଞ୍ଚଳମ ମନ୍ଦିରରେ ଭୁଶୁଡ଼ିଲା ପାଚେରି। ଫଳରେ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ସେହିପରି ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍l ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାଚେରି ଭୁଶୁଡିଥିବା ନେଇ ଜଣାପଡ଼ିଛି।

ସୂଚନା ମୁତାବକ, ଗତକାଲି ରାତିରେ ସୀମାଞ୍ଚଳମ ମନ୍ଦିରରେ ଚନ୍ଦନ ଯାତ୍ରା ଚାଲିଥିଲା । ଏହି ସମୟରେ ପ୍ରବଳ ବର୍ଷା ହୋଇଥିଲା,ଯାହା ଫଳରେ ପାଚେରି ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ ଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳ ହରେନ୍ଦ୍ର ପ୍ରସାଦ କହିଛନ୍ତି ଯେ, NDRF ଏବଂ SDRF ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ ଏବଂ ଗୃହମନ୍ତ୍ରୀ ଭାଙ୍ଗାଲାପୁଡି ଅନିତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।

  • Garvita Odia

    Related Posts

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ନୂଆଦିଲ୍ଲୀ: ତେଲେଙ୍ଗାନାରେ ବଡ ବିସ୍ଫୋରଣ । ମଙ୍ଗଳବାର ୟାଦାଦ୍ରି-ଭୁବନଗିରି ଜିଲ୍ଲାର କଟୋପାଲି ଗାଁରେ ଥିବା ଏକ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ…

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    ଶ୍ରୀନଗର: ଗତ ସପ୍ତାହରେ ପହଲଗାମରେ ହୋଇଥିବା ଆକ୍ରମଣ ପରେ ଅଧିକ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ନେଇ ଗୁଇନ୍ଦା ଏଜେନ୍ସିମାନେ ଚେତାବନୀ ଦେବା ପରେ ଜମ୍ମୁ-କାଶ୍ମୀର ସରକାର କାଶ୍ମୀରର ୮୭ଟି ପର୍ୟ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କରିଦେଇଛନ୍ତି। ମିଳିଥିବା ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ