ପାକିସ୍ତାନ ଛାନିଆ , ରାତି ଅଧରେ ବସିଲା ବୈଠକ

ନୂଆଦିଲ୍ଲୀ: ପହଲଗାମ ହମଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥମିବାର ନା ନେଉନି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ତିନି ସେନାର ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ । ତେବେ ବୈଠକର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ପାକିସ୍ତାନରେ । ଭୟରେ ରାତିସାରା ଅନିଦ୍ରା ପାକିସ୍ତାନ ।
ବିଳମ୍ୱିତ ରାତି ଅର୍ଥାତ୍ ୧.୩୦ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତେବେ ବୈଠକ ପରେ ପାକ୍‌ର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର ବୁଧବାର ଦିନ X ରେ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଦାବି କରିଛନ୍ତି ଯେ ଆମ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ।
ସୂଚନା ମନ୍ତ୍ରୀ ତାରାର ଭାରତ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଯେ କୌଣସି ନିରପେକ୍ଷ ତଦନ୍ତ ପରିବର୍ତ୍ତେ, ଭାରତ ସିଧାସଳଖ ସାମରିକ ପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି । ଯାହା ଆଞ୍ଚଳିକ ଶାନ୍ତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତାରାରଙ୍କ ଅନୁଯାୟୀ, ପାକିସ୍ତାନ ସରକାର ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତାରେ ଏହି ମାମଲାରେ ଏକ ନିରପେକ୍ଷ, ସ୍ୱାଧୀନ ତଦନ୍ତ ପ୍ରସ୍ତାବ ଦେଇଛନ୍ତି । ତଥାପି, ଭାରତ ଏହାକୁ ଗ୍ରହଣ କରିନାହିଁ । ମୁକାବିଲାର ରାସ୍ତା ବାଛିଛି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ମଧ୍ୟ ରଏଟର୍ସକୁ କହିଛନ୍ତି ଯେ ଆମେ ହାଇ ଆଲର୍ଟରେ ଅଛୁ । ଯଦି ଭାରତ ଆକ୍ରମଣ କରେ, ତେବେ ଆମେ ଜବାବ ଦେବୁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦେଶର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥିଲେ ହିଁ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ।

  • Garvita Odia

    Related Posts

    ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

    ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀମାନେ ଏବେ CISCEର…

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ନୂଆଦିଲ୍ଲୀ: ତେଲେଙ୍ଗାନାରେ ବଡ ବିସ୍ଫୋରଣ । ମଙ୍ଗଳବାର ୟାଦାଦ୍ରି-ଭୁବନଗିରି ଜିଲ୍ଲାର କଟୋପାଲି ଗାଁରେ ଥିବା ଏକ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ…

    Leave a Reply

    Your email address will not be published. Required fields are marked *

    You Missed

    ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

    ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

    ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

    ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

    ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

    ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

    ଆଇପିଏଲ: ଆଜି ଚେନ୍ନଇ ସୁପର କିଙ୍ଗ୍ସ – ପଞ୍ଜାବ କିଙ୍ଗ୍ସ ମୁକାବିଲା

    ଆଇପିଏଲ: ଆଜି ଚେନ୍ନଇ ସୁପର କିଙ୍ଗ୍ସ – ପଞ୍ଜାବ କିଙ୍ଗ୍ସ ମୁକାବିଲା

    ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ଟଙ୍କା

    ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ଟଙ୍କା

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ