ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ବଡ ବିସ୍ଫୋରଣ । ମଙ୍ଗଳବାର ୟାଦାଦ୍ରି-ଭୁବନଗିରି ଜିଲ୍ଲାର କଟୋପାଲି ଗାଁରେ ଥିବା ଏକ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ବିସ୍ଫୋରଣ କିପରି ହେଲା ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୬.୪୦ ରେ କାରଖାନାରେ ବିସ୍ଫୋରଣ ବିଷୟରେ ସୂଚନା ମିଳିଥିଲା। ଯାହା ପରେ ଘଟଣାସ୍ଥଳକୁ ଦୁଇଟି ଦମକଳ ଗାଡି ପଠାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଦଳ ପହଞ୍ଚିବା ବେଳକୁ ନିଆଁ କମି ଯାଇଥିଲା, କିନ୍ତୁ ବିସ୍ଫୋରଣର ତୀବ୍ରତା ଯୋଗୁଁ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

କାରଖାନାର ୧୮ଇ ବ୍ଲକରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ବ୍ଲକରେ ଛଅ ଜଣ କର୍ମଚାରୀ ଥିଲେ। ବିସ୍ଫୋରଣ ଯୋଗୁଁ ବ୍ଲକ ୧୮ଇ ର କୋଠା ଭୁଶୁଡ଼ି ପଡ଼ିଲା। ମୃତକଙ୍କ ନାମ ଜି ସନ୍ଦୀପ, ଚୌଧୁରୀ ଚରଣ ଏବଂ କଲୱାଲା ନରେଶ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଏହି ସମୟରେ, କାଟେପାଲିର ଗ୍ରାମବାସୀମାନେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦାବି କରି କାରଖାନା ସମ୍ମୁଖରେ ପ୍ରତିବାଦ କରିଥିଲେ।

  • Garvita Odia

    Related Posts

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ସୁପର କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ ୪ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ଥିଲେ । ଆଜି ପୁଣି ଅପରାହ୍ଣ ୩ଟାରେ କ୍ୟାବିନେଟ୍…

    ଭାରତ-ପାକ୍ ଉତ୍ତେଜନା ଭିତରେ ଜାତିସଂଘର ଏଣ୍ଟ୍ରି

    ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମର ଆଟାକ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଖାସ୍ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘର ଚିନ୍ତା । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ । ଘଟଣାକୁ…

    Leave a Reply

    Your email address will not be published. Required fields are marked *

    You Missed

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ଅକ୍ଷୟ ତୃତୀୟାରେ କମିଲା ସୁନା ଦାମ୍‌

    ଅକ୍ଷୟ ତୃତୀୟାରେ କମିଲା ସୁନା ଦାମ୍‌

    କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

    କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ – ମୁଖ୍ୟମନ୍ତ୍ରୀ

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି