ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଘଟଣାରେ ଆଜି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଭକ୍ତ ଚରଣ ଦାସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ।ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ। ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଟିରେ ଦେଖୁଛନ୍ତି।
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଠିରେ ଦେଖୁଛନ୍ତି।

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଥିଲେ। ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।

  • Garvita Odia

    Related Posts

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଭୁବନେଶ୍ୱର : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମରେ ଏକ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପରେ ତାର ମୃତଦେହ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରରୁ ମିଳିବା ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ମର୍ମାହତ…

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ଦିଗପହଣ୍ଡି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ…

    Leave a Reply

    Your email address will not be published. Required fields are marked *

    You Missed

    କୋଲକାତା ଅଗ୍ନିକାଣ୍ଡ : ଜଗତସିଂହପୁର ଜିଲ୍ଲାର ୩ ଓଡ଼ିଆ ମୃତ

    କୋଲକାତା  ଅଗ୍ନିକାଣ୍ଡ : ଜଗତସିଂହପୁର ଜିଲ୍ଲାର ୩ ଓଡ଼ିଆ ମୃତ

    ଓଲଟିଲା ଟ୍ରାକ୍ଟର, ଦୁଇ ନାବାଳକ ମୃତ

    ଓଲଟିଲା ଟ୍ରାକ୍ଟର, ଦୁଇ ନାବାଳକ ମୃତ

    ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ

    ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ

    ପ୍ରଭାସିନୀ ବେହେରା, ଦେବୀ ଶବରଙ୍କୁ ମିଳିଲା ସହାୟତା

    ପ୍ରଭାସିନୀ ବେହେରା, ଦେବୀ ଶବରଙ୍କୁ ମିଳିଲା ସହାୟତା

    ବଡ଼ ନିଷ୍ପତ୍ତି, ମୋଦି ସରକାର କରିବେ ଜାତିଗତ ଜନଗଣନା

    ବଡ଼ ନିଷ୍ପତ୍ତି, ମୋଦି ସରକାର କରିବେ ଜାତିଗତ ଜନଗଣନା

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା